୨୨ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣରରେ ଅନିୟମିତତା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠର ବିଗତ ୨ ବର୍ଷ ମଧ୍ୟରେ ୫ଟି ଜରିଆରେ ୨୨ କୋଟି ୭୮ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ସରକାର ଅତିଶୀଘ୍ର ଶେଷ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ନୃସିଂହନାଥ ପୀଠର ଚାରି ପାଖରେ ରାସ୍ତା, ସୌନ୍ଦର୍ଯ୍ୟକରଣ, ଦୋକାନ ଗୃହ, ପାନ୍ଥନିବାସ ସହିତ ଲାଟ୍ରିନ ଗୃହ, ଷ୍ଟାଣ୍ତ ଅନେକ ପ୍ରକାରର ବ୍ୟବସ୍ଥା କରିବା ପାଇଁ ଠିକା ସଂସ୍ଥା କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନର ଏହି ପୁନରୁଦ୍ଧାର ବିକାଶ ରୂପାନ୍ତରଣର ଘୋର ଅନିୟମିତତା ନୃସିଂହନାଥ ପୀଠରେ ଦେଖା ଦେଇଛି । ଠିକାଦାରଙ୍କ ତରବରିଆ ଘର ତିଆରୀ ପାଇଁ ବଡ ବଡ ପାନ୍ଥନିବାସ ମାନଙ୍କରେ ୧ ବର୍ଷ ନପୁରୁଣୁ ପାଣି ଗଳି ସାଂଘାତିକ ପରିସ୍ଥତି ସୃଷ୍ଟି ହୋଇଛି । ଛୋଟ ଛୋଟ ଦୋକାନ ଗୃହ ନିର୍ମାଣ କରିବା ଦ୍ୱାରା କୌଣସି ଦୋକାନୀ ଦୋକାନ ଖେଳିବାକୁ ଇଛା ପ୍ରକାଶ କରୁନାହାନ୍ତି । ସରକାର ଯେଉଁ ସୌନ୍ଦର୍ଯ୍ୟକରଣର ପ୍ରୟାସ କରିଥିଲେ ତାର ଓଲଟା ଫଳ ଦେଖିବାକୁ ମିଳିଛି । ଯେମିତି ପୁରୁଣା ନୃସିଂହନାଥ ପୀଠର ବାଉଁଶ ବାଡ ଦିଆ ତାରପଲିନ ଢଙ୍କା ଦୋକାନ ଗୃହ, ପୀଠର ମୁଖ୍ୟ ଦ୍ୱାରର ଚାରି ପାଖରେ ଯେଉଁ ଛୋଟ ଛୋଟ ପଥର ଅଣାଯାଇ ଚଟାଣରେ ବିଛା ଯାଇଛି କୌଣସି ଭକ୍ତ ଝୁଣ୍ଟି ପଡି ଆହତ ହୋଇଯାଇ ପାରନ୍ତି ଏହା ବେଶ ଭକ୍ତ ମାନଙ୍କ ପାଇଁ ଚିନ୍ତା ପ୍ରକଟ ହୋଇ ପାରେ । ଏହି ବିକାଶ ଓ ରୂପାନ୍ତରଣରେ ଯେଉଁ କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଛି ଅଞ୍ଚଳର ଜନସାଧାରଣ ଜଳଜଳ ହୋଇ ଦେଖିଛନ୍ତି । ବର୍ତ୍ତମାନ ନୁତନ ସରକାର ଏହାପ୍ରତି ଦୃଷ୍ଟି ଦେଇ ନୃସିଂହନାଥ ପୀଠର ଅବହେଳା କରାଯାଇଥିବା ସଂସ୍ଥାଙ୍କୁ ତାଗିଦ କଲେ ପୀଠର ପୁନରୁଦ୍ଧାର ହୋଇ ପାରିବ ବୋଲି ଅଞ୍ଚଳର ଜନସାଧାରଣରେ ମତ ପ୍ରକାଶ ପାଉଛି ।

jittmm
Leave A Reply

Your email address will not be published.