କନସିଂହା ସେବା ସମବାୟ ସମିତିରେ ଜାଲିଆତି କାରବାର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଜାମଖାରର ପଦ୍ମଲୋଚନ ଧରୁଆ କନସିଂହା ସେବା ସମବାୟ ସମିତି ଏକ ଲିଖିତ ଅଭିଯୋଗ କରି ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଏକ ଦରଖାସ୍ତ ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ପଦ୍ମଲୋଚନ ଧରୁଆ ଜଣେ କ୍ଷୁଦ୍ର ଚାଷୀ ଅଟନ୍ତି । ସେ ଚଳିତ ବର୍ଷର କୃଷି ଋଣ ପାଇଁ ତାଙ୍କର କିଷାନ କ୍ରେଡିଟ କାର୍ଡ ନଂ୧୮୧୯୦୩୦୯୩ ଓ ସଭ୍ୟ ନଂ ୪୧୪୭କୁ ନେଇ ଆବଶ୍ୟକ କାଗଜାତ ଧରି ସେବା ସମବାୟ ସମିତି କନସିଂହା ସେକ୍ରେଟାରୀଙ୍କ ପାଖରେ ଦାଖଲ କରି ଋଣ ପାଇଁ ରିନ୍ୟୁଏଲ କରିବାକୁ ଅନୁରୋଧ କରିଥିଲେ । ସମିତିର ସେକ୍ରେଟାରୀ ସମସ୍ତ କାଗଜାତକୁ ତନଖି ତୁମ ନାମରେ ୨୦୧୪ ମସିହାରୁ ପାୱାର ଟିଲର ନାମରେ୧,୨୫୨୦୦ ଟଙ୍କା ଋଣ ଅଛି । ତୁମେ ଏ ପର୍ଯ୍ୟନ୍ତ ପରିଶୋଧ କରି ନାହଁ, ତୁମ କାର୍ଡ ରିନ୍ୟୁଏଲ ହୋଇ ପାରିବ ନାହିଁ ବୋଲି କହିଥିଲେ । କିନ୍ତୁ ପଦ୍ମଲୋଚନଙ୍କ ଅଭିଯୋଗ ଅନୁସାରେ ସେ ପାୱାର ଟିଲର ନାମରେ ଋଣ ନେଇ ନାହାନ୍ତି । ଏହା ମୋ ନାମରେ ଜାଲିଆତି ବୋଲି ମନେ କରି ଏହାର ସତ୍ୟା ସତ୍ୟ ତଦନ୍ତ ପୂର୍ବକ ଉଚିତ ପଦକ୍ଷେପ ନେବା ପାଇଁ ଉପଜିଲ୍ଲାପାଳ ପଦ୍ମପୁରଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ରିପୋର୍ଟ ଲେଖିବା ପୂର୍ବରୁ କନସିଂହା ସେବା ସମବାୟ ସମିତି ସେକ୍ରେଟାରୀଙ୍କ ସହିତ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ସେ କହିଲେ ଯେ ୨୦୧୪ ମସିହାରୁ ତାଙ୍କ ନାମରେ ଏକ ଲକ୍ଷ ଟଙ୍କାର ଋଣ ଅଛି । ସେ ଏ ପର୍ଯ୍ୟନ୍ତ ଋଣ ପରିଶୋଧ କରି ନାହାନ୍ତି ।

Leave A Reply

Your email address will not be published.