oom

ମୁରିବାହାଲ ବ୍ଲକରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ଅଭିଯୋଗ କରିବାକୁ ଆସିଥିବା ବହୁ ଅଭିଯୋଗକାରୀ ନିରାଶ ଅଭିଯୋଗ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଈଶାଳୱାର ଓ ଆରକ୍ଷୀ ଅଧିକ୍ଷକ ରୀଷିକେଶ ଖିଲାରୀ ଦ୍ୟାନଦେଓ ଯୋଗଦାନ କରି ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ । କିନ୍ତୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିବା ବହୁ ଅଭିଯୋଗକାରୀ ସେ ଶିବିରରୁ ଶୀଘ୍ର ଚାଲିଯିବାରୁ ତାଙ୍କୁ ଭେଟି ନ ପାରି ବିଡ଼ିଓଙ୍କୁ ନିଜ ନିଜର ଦାବୀପତ୍ର ଦେଇଥିବା ଅଭିଯୋଗ କରିଛନ୍ତି । ଏହି ଶିବିରରେ ଜିଲ୍ଲା ମୁଖ୍ୟ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର, ଉପ ଜିଲ୍ଲାପାଳ ରୋହନ କ୍ଷେତ୍ରୀ, ବିଡ଼ିଓ ପୂର୍ଣ୍ଣାନନ୍ଦ ପୁଟେଲ, ଆକାଉଣ୍ଟସ ଅଫିସର ଘେନୁରାମ ତାଣ୍ଡିଙ୍କ ସମତେ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ମୁରିବାହାଲ ବ୍ଲକର ସମସ୍ତ ଅଧିକାରୀ ସାମିଲ ହୋଇଥିଲେ । ଏଥିରେ ବ୍ୟକ୍ତିଗତ ଓ ସାମୂହିକ ଭାବେ ୬୫ଟି ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପାଇଁ ୪୫ଟି ଅଭିଯୋଗ ସହ ମୋଟ ୧୧୦ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଶିବିରରେ ତହସିଲଦାର ଜଗଦୀଶ କର୍ତ୍ତାମୀ, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ,ଏଇଇ ଅବିନାଶ ମୁଦିଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଶିବିରରେ ସମସ୍ତ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.