jayashree

ସେପ୍ଟେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ସେପ୍ଟେମ୍ବର ମାସ ପ୍ରଥମ ସୋମବାର ତା. ୦୫/୦୯/୨୦୨୨ରିଖ ପୂର୍ବାହ୍ନ ଘ: ୧୦ଟା ୩୦ ମିନିଟ ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ, ଦ୍ୱିତୀୟ ସୋମବାର ତା ୧୨/୦୯/୨୦୨୨ରିଖ ଦିନ ସଇଁତଲା ବ୍ଲକ କାର୍ଯ୍ୟାଳୟଠାରେ, ତୃତୀୟ ସୋମବାର ତା ୧୯/୦୯/୨୦୨୨ରିଖ ଦିନ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟଠାରେ ଓ ଚତୁର୍ଥ ସୋମବାର ତା.୨୬/୦୯/୨୦୨୨ରିଖ ଦିନ ଆଗଲପୁର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସଂମ୍ପୃକ୍ତ ଅଞ୍ଚଳର ଜନ ସାଧାରଣ ସେମାନଙ୍କ ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟାମୂଳକ ଅଭିଯୋଗ ଜଣାଇପାରିବେ । ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ସଂମ୍ପୃକ୍ତ ଅଞ୍ଚଳର ଜନ ସାଧାରଣଙ୍କ ଅଭିଯୋଗ ଶୁଣାଣି କରି ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ । ସଂମ୍ପୃକ୍ତ ଅଞ୍ଚଳର ଜନ ସାଧାରଣ ଏହି ଜନ ଅଭିଯୋଗ ଶୁଣାଣିରେ ନିଜ ନିଜର ଅଭିଯୋଗ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.