jayashree

ରାସନ କାର୍ଡ଼ରେ ଦୁର୍ନୀତିର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଗଲପାଟ ଗ୍ରାମ ପଞ୍ଚାୟତରେ ବାରମ୍ବାର ଦୁର୍ନୀତି ବଢ଼ିବାରେ ଲାଗିଛି । କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଡ଼ସାହାଜବାହାଲର କିଛି ଜଣ ଦୁର୍ନୀତିର ପ୍ରତିବାଦରେ କିରାସିନି ଢାଳି ହେଇ ଆତ୍ମାହୁତି ଦେବା ଘଟଣା ନ ଲିଭୁଣୁ ଏବେ ରାସନ କାର୍ଡ଼ରେ ଦୁର୍ନୀତିର ଅଭିଯୋଗ ଆସିଛି । ଜଗଲପାଟ ଗ୍ରା.ପ.ର ଭାଙ୍ଗମୁଣ୍ଡା ଗ୍ରାମରୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବର୍ତ୍ତମାନ ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କର ହିତାର୍ଥେ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । ସମସ୍ତ ଯୋଜନାମାନଙ୍କ ମଧ୍ୟରୁ ଅନ୍ତର୍ଦ୍ୱୟ ଅର୍ଣ୍ଣ ଯୋଜନା ଅନ୍ୟତମ । ଏହି ଯୋଜନାରେ ଗରିବରୁ ଅତି ଗରିବମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ଦୁଃଖର ବିଷୟ ଯେ, ଗତ ୫ ବର୍ଷ ହେଲା ନିର୍ବାଚିତ ହୋଇଥିବା ସରପଞ୍ଚ ସୁକାନ୍ତି ସାହୁ, ପଂଚାୟତ ନିର୍ବାହୀ ଅଧିକାରୀ ଛବିଲ ବରିହା, ବ୍ଲକ ଯୋଗାଣ ଅଧିକାରୀ ଓ ଯୋଗାଣ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କ କେଉଁ ସ୍ୱାର୍ଥ ଥିଲା ଓ ଅଛି ଯେ, ଯେଉଁ ବ୍ୟକ୍ତିମାନଙ୍କର ୫ /୧୦ ଏକର ଜମି ଅଛି, ବିଭିନ୍ନ ବ୍ୟାଙ୍କରେ ବ୍ୟାଙ୍କ ବେଲେନ୍ସ, ଧନୀ ଶ୍ରେଣୀର ବ୍ୟକ୍ତି ଏବଂ ଗ୍ରାମରେ ପ୍ରତିଷ୍ଠିତ ବୋଲାଉ ଥିବା ବ୍ୟକ୍ତିମାନଙ୍କୁ ସରକାରୀ ଅଫିସର ଓ ସରପଞ୍ଚ ଲାଞ୍ଚ ନେଇ ୩୫ କେଜି ଚାଉଳ ପାଉଥିବା ରାସନ କାର୍ଡ଼ ପ୍ରଦାନ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ, ରାସନ କାର୍ଡ଼ ହିତାଧିକାରୀମାନେ ନିଜ ପିଲା ଛୁଆମାନଙ୍କ ନାଁ ରାସନ କାର୍ଡ଼ରେ ଯୋଡିବାକୁ ଗଲା ବେଳେ ମଧ୍ୟ ରାସନ କାର୍ଡ଼ ବିଭାଗର ବ୍ଲକ ଯୋଗାଣ ଅଧିକାରୀ ଓ ତାଙ୍କ ଅଧିନସ୍ଥ କର୍ମଚାରୀମାନେ କାଗଜପତ୍ରକୁ ବାରମ୍ବାର ଦେଉଥିଲେ ବି ନାଁ ଯୋଡୁ ନାହଁନ୍ତି ଓ କାଗଜ ପତ୍ରକୁ ଅଳିଆ ଗଦାରେ ଫୋପାଡ଼ି ଦେଉଛନ୍ତି । ନୂତନ କାର୍ଡ଼ ଆବେଦନ କଲେ ମଧ୍ୟ ଆବେଦନକୁ ଗୁରୁତ୍ୱ ଦେଉ ନାହାନ୍ତି ତାଙ୍କ ପକେଟ ଗରମ ହେଲେ କାମ କରୁଛନ୍ତି ନହେଲେ ନାହିଁ । ଗ୍ରାମବାସୀଙ୍କ ଅଭିଯୋଗ ଅନ୍ତର୍ଦ୍ୱୟ ଅର୍ଣ୍ଣପୂର୍ଣ୍ଣା ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ଼କୁ ତଦନ୍ତ କରି ରଦ୍ଧ କରାଯାଉ ଓ ଯୋଗ୍ୟ ହିତାଧିକାରୀମାନଙ୍କୁ ଦିଆଯାଉ । ବ୍ଲକ ଯୋଗାଣ ବିଭାଗରେ ହେଉଥିବା ଅବହେଳା ଓ ଦୁର୍ନୀତିର ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଇ ସମସ୍ତ କାମ ସ୍ୱାଭାବିକ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.