ଗ୍ରାମ ପଞ୍ଚାୟତ ଦୁର୍ନୀତି ବିରୋଧ କଲେ ମାଡ ଓ ଏସ୍‌ସି/ଏସ୍‌ଟି କେସରେ ଫସାଇ ଦେଇଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ତିଭଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଜବାହାର ଲାଲ ସିଂ ବରିହା ମନଇଛା ପଞ୍ଚାୟତର ଟଙ୍କା ଖର୍ଚ୍ଚ କରୁଥିବା ପ୍ରତିବାଦ କରିବାରୁ ଚଣ୍ତିଭଟା ଗ୍ରାମର ୱାର୍ଡମେମ୍ବର ନାରାୟଣ ରଣାଙ୍କୁ ଏସ୍‌ସି/ଏସ୍‌ଟି କେସରେ ଫସାଇ ଦେବା ସହ ପୋଲିସ ତଦନ୍ତ ବେଳେ ମାଡପିଟ କରି କ୍ଷତାକ୍ତ କରିବାରୁ ୭୦ ବର୍ଷ ବୟସ୍କ ୱାର୍ଡମେମ୍ବର ଶ୍ରୀ ରଣା ପଦ୍ମପୁର ଓ ପରେ ବୁର୍ଲା ଡାକ୍ତରଖାନାରେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇ ଫେରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ୨ଟି ଡିପ୍ ବୋରୱେଲ ସରପଞ୍ଚ ନିଜ ରୟତି ଜମିରେ ଖୋଲିବା ସହ ବିଭିନ୍ନ ସ୍ଥାନରେ ୩ଟି ଚେକ ଡେମ ୨୭ ଲକ୍ଷ ଟଙ୍କାର ନିମ୍ନ ମାନର କାର୍ଯ୍ୟ କରିଥିବାର ଅଭିଯୋଗ ହୋଇଛି । ଏହା ବ୍ୟତୀତ ଏନଆଇଜିଏସ କାମରେ ଲକ୍ଷ ଲକ୍ଷ ଟଙ୍କାର ବାଟମାରଣା ହୋଇଥିବାର ଅଭିଯୋଗ ହୋଇଛି । ଏହାର ତଦନ୍ତ ପାଇଁ ଦାବୀ ହେଉଛି । ଦୁଇ ମାସ ଧରି ପିଡିଏସ ଚାଉଳ ମଧ୍ୟ ବଣ୍ଟନ ହୋଇ ନଥିବା ବେଳେ ପ୍ରତି କାର୍ଡରୁ ୨କେଜି ଚାଉଳ କାଟି ଦେଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏହାର ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.