ls

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ

sb

କଳାହାଣ୍ଡି, (ପି.କେ. ସାହୁ) : ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ପିତା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ସିନାପାଲି ଅଞ୍ଚଳର ପପୁ କଟା (୨୪) ତାଙ୍କ ୧୭ ବର୍ଷର ନାବାଳିକା ଝିଅକୁ ଗତ ୧୨ ତାରିଖ ଦିନ କୌଶଳ କ୍ରମେ କେଉଁ ଆଡେ ନେଇଯାଇ ଦୁଷ୍କର୍ମ କରିଥିଲା । ପରିବାର ଲୋକେ ଏହା ଜାଣିପାରି ଜୁନାଗଡ଼ ଥାନାରେ ଏକ ଏତଲା ଦେଇଥିଲେ । ଏହାକୁ ଭିତ୍ତିକରି ଜୁନାଗଡ଼ ପୋଲିସ ଅଭିଯୁକ୍ତ ପପୁକୁ ଗିରଫ କରିବାରେ ସଫଳ ହୋଇଥିଲା । ଉଭୟଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ଅଭିଯୁକ୍ତ ପପୁକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

pc pk
Leave A Reply

Your email address will not be published.