oom

କ୍ଷୀରଧରକୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୁରେନା ବାସିନ୍ଦା କ୍ଷୀରଧର ନିଆରିଙ୍କୁ ୬୭ ବୟସ ହେଲାଣି, କିନ୍ତୁ ସରକାରୀ ଭତ୍ତା ଯୋଜନାରୁ ବଞ୍ଚିତଥିବା ଅଭିଯୋଗ ହେଉଛି । ସରକାରଙ୍କ ଘୋଷଣା ଅନୁଯାୟୀ କେହିବି ଗରୀବ ବରିଷ୍ଠ ନିରାଶ୍ରୟ ଅସହାୟ ବୃଦ୍ଧ ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି କହୁଥିବା ବେଳେ କିନ୍ତୁ ପ୍ରକୃତରେ ବହୁତ ଯୋଗ୍ୟ ହିତାଧିକାରୀ ଯାହାକି କ୍ଷୀରଧରଙ୍କ ଭଳି ଯୋଗ୍ୟ ବାଦ ପଡୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଖଣ୍ଡେ ଭତ୍ତା ପାଇବା ପାଇଁ ବରତୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରୁ ପାଇକମାଲ ବ୍ଲକ ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କ୍ଷୀରଧରଙ୍କ ଗୁହାରୀ କେହିବି ଶୁଣୁ ନାହାଁନ୍ତି । ବାସ୍ତବରେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନାକୁ ଠିକ୍‌ ଭାବେ କାର୍ଯ୍ୟ କରୁନାହାଁନ୍ତି । ପାଇକମାଲ ବ୍ଲକ ପ୍ରଶାସନ ତୁରନ୍ତ ଯୋଗ୍ୟ ହିତାଧିକାରୀ କ୍ଷୀରଧରଙ୍କୁ ସରକାରୀ ଭତ୍ତା ଯୋଜନାରେ ନାଁ ଅନ୍ତର୍ଭୁକ୍ତ କରି ଭତ୍ତା ପ୍ରଦାନ କରିବାକୁ ଗ୍ରାମର ବୁଦ୍ଧିଜୀବୀ ମହଲରେ ଦାବୀ କରାଯାଉଛି ।

jittmm
Leave A Reply

Your email address will not be published.