oum

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ୍ ଅଭିଯୋଗ : ୨ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ମାରିଲେ ମୁଖାପିନ୍ଧା ଦୁର୍ବୃତ୍ତ

jsm

ରାଉରକେଲା : ସୁନ୍ଦରଗଡ଼ ରାଜଗାଙ୍ଗପୁର ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ୍ । ୨ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ମାରିଲେ ମୁଖାପିନ୍ଧା ଦୁର୍ବୃତ୍ତ । ଗୁରୁତର କର୍ମଚାରୀଙ୍କୁ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ରାଜଗାଙ୍ଗପୁର ଜାମପାଲି ସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପର କର୍ମଚାରୀ ଅନୀଲ କୁମାର ତିୱାରୀ ଏକ ମଟର ସାଇକେଲ ଯୋଗେ ୨ ଲକ୍ଷ ଟଙ୍କା ଜମା କରିବାକୁ ବ୍ୟାଙ୍କକୁ ଯାଉଥିଲେ । ସେହି ସମୟରେ ଜାମପାଲି ବାଇପାସ୍‌ରେ ଥିବା ଏମଆର ଉଦ୍ୟୋଗ ରାସ୍ତାରେ ବାଇକ୍‌ରେ ତିନି ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଅଟକାଇବା ସହ ତାଙ୍କୁ ଛୁରାମାଡ କରି ତାଙ୍କଠୁ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଛନ୍ତି । ଆହତ କର୍ମଚାରୀଙ୍କୁ ପ୍ରଥମେ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ତା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ଅନୀଲ ତିୱାରୀଙ୍କ ଦୁଇ ହାତରେ ଛୁରାମାଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ରାଜଗାଙ୍ଗପୁର ପୋଲିସ ପହାଛି ଛାନ୍‌ଭିନ୍‌ ଆରମ୍ଭ କରିଥିବା ବେଳେ ପ୍ରକୃତରେ ଲୁଟ୍‌ ନା ଲୁଟ୍‌ ପଛରେ ଅନ୍ୟ କାରଣ କିଛି ରହିଛି ସେହି ଦିଗକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.