jayashree

ଜଗନ୍ନାଥ ମନ୍ଦିର ମୁଖ୍ୟ ଦ୍ଵାର ତାଲା ଭାଙ୍ଗି ଚୋରି ଅଭିଯୋଗ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ମୁଖ୍ୟ ଦ୍ଵାର ତାଲା ଭାଙ୍ଗି କିଛି ଦୁର୍ବୃର୍ତ୍ତ ଦୁଇଟି ହୁଣ୍ଡି ଚୋରି କରିନେଇଥିବା ମନ୍ଦିର କମିଟି ତରଫରୁ ଥାନାରେ ଅଭିଯୋଗ ହୋିଛି । ସୂଚନା ଅନୁସାରେ ଗତକାଲି ରାତିରେ ମନ୍ଦିର ତାଲା ଦେଇ ପୂଜକ ଘରକୁ ଯାଇଥିଲେ । ଆଜି ଭୋର ସକାଳୁ ମନ୍ଦିର ଦ୍ୱାର ଖୋଲିବା ପାଇଁ ପୂଜକ ବିଶ୍ଵାମିତ୍ର ଚାନ୍ଦ ଆସି ଦେଖିବା ବେଳକୁ ସିଂହଦ୍ୱାର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଭିତରକୁ ଯାଇ ଦେଖିବା ବେଳକୁ ଦୁଇ ହୁଣ୍ଡି ନଥିଲା । ଏନେଇ ସେ ମନ୍ଦିର ପରିଚାଳନା କମିଟିକୁ ସୂଚନା ଦେଇଥିଲେ । ପରେ ସଭାପତି ବିଷ୍ଣୁ ଚରଣ ପଣ୍ଡା ଓ ସମ୍ପାଦକ ଶମ୍ଭୁପ୍ରସାଦ ହୋତା ଘଟଣା ସ୍ଥଳକୁ ଆସି ଦେଖିବା ପରେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.