ଦୁଇ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଚନ୍ଦନ କାଠ ଗଣ୍ଡି ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଏମ୍ସ ପବ୍ଲିକ୍‌ ସ୍କୁଲ୍‌ ପରିସର ମଧ୍ୟରେ ରହିଥିବା ଉଦ୍ୟାନ ଭିତରୁ ଦୁର୍ବୃତ୍ତମାନେ ଏକ ଧଳା ଚନ୍ଦନ ଗଛ କାଟି ଦୁଇ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଚନ୍ଦନ କାଠ ଗଣ୍ଡି ଚୋରି କରି ନେଇଥିବା ସୂଚନା ମିଳିଛି । ସ୍କୁଲର ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କ ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସ୍କୁଲର ପାଚେରୀ ଡେଇଁ ଉଦ୍ୟାନ ପରିସରରେ ରହିଥିବା ଧଳା ଚନ୍ଦନ ଗଛକୁ କୌଣସି ମେସିନ୍‌ରେ କାଟି କାଠ ଗଣ୍ଡିକୁ ନେଇ ଫେରାର୍‌ ମାରିଛନ୍ତି । ଗଛର ଅବଶିଷ୍ଟ ଅଂଶ ଏବେ ସ୍କୁଲ ଉଦ୍ୟାନ ଭିତରେ ପଡ଼ି ରହିଛି । ଏହି ଧଳା ଚନ୍ଦନ ଗଣ୍ଡିର ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେବେ ଖବର ପାଇ ଘଟଣା ସ୍ଥଳରେ ବଲାଙ୍ଗିର ଟାଉନ୍‌ ପୋଲିସ ପହଂଚି ତଦନ୍ତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.