centurian jitm

ଫେସବୁକରେ ହୋଟେଲ ଏ ୱାନ ମାଲିକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ : ସହରରେ ଚାଞ୍ଚଲ୍ୟ, ଅଭିଯୋଗକୁ ଖଣ୍ଡନ କଲେ ମାଲିକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୌଣସି ଘଟଣାକୁ ସବୁଠାରୁ ଶୀଘ୍ର ଭାଇରାଲ କରିବାରେ ଆଜିକାଲି ସୋସିଆଲ ମିଡିଆର ସାହାଯ୍ୟ ନିଆଯାଉଛି । ସେ ଘଟଣା ହେଉ ଦୁର୍ଘଟଣା ହେଉ କି ପ୍ରଚାର ପ୍ରସାର ହେଉ । ଯିଏ ଯେପରି ପାରିଲା ଏହାର ମାଧ୍ୟମରେ ବ୍ୟହୁଳ ବ୍ୟବହାର କରୁଛନ୍ତି ଲୋକେ । ସବୁ ଜିନିଷର ଭଲ ଏବଂ ମନ୍ଦ ବି ରହିଛି । ଯେପରି ଏହି ସୋସିଆଲ ମିଡିଆରେ ରାଗ ସୁଝାଇବା ପାଇଁ କିଛି ଖଳ ପ୍ରକୃତିର ଲୋକ ଖରାପ ଫୋଟୋ, ଭିଡ଼ିଓ ମଧ୍ୟ ପୋଷ୍ଟ କରିଥାନ୍ତି । ସେହିପରି କାହାର ବିଷୟରେ କିଛି ଭଲ ଲେଖିବାକୁ କିମ୍ୱା ବଦନାମ କରିବାକୁ ମଧ୍ୟ ଏହାର ସାହାରା ନେଉଛନ୍ତି ଜନ ସାଧାରଣ ।

ଏଭଳି ଏକ ପୋଷ୍ଟ ଦେଖିବାକୁ ମିଳିଥିଲା ବାହୁଡ଼ା ଦିନ । ପ୍ରିୟଙ୍କା ପୁରୋହିତ ନାମକ ଜଣେ ଯୁବତୀଙ୍କ ଫେସ୍‌ବୁକ ଆଇଡିରୁ (ଏକ ବିଶେଷ ସୂଚନା ଟିଟିଲାଗଡ ରେଳ ଷ୍ଟେସନ ରୋଡରେ ଥିବା ଇ୧ ହୋଟେଲର ମାଲିକ ତାଙ୍କ ନିଜ ରୋଷେୟାକୁ ମାଡ ମାରି ବାହାର କରି ଦେଇଥିବା ବେଳେ ସେ ବହୁତ ଦୁଃଖ ସହ କହୁଥିଲେ ମୁଁ ସମସ୍ତଙ୍କୁ କହିଦେବି ଖାଇବାରେ ଯାହା ଗାଈ ହାଡ ପାଉଡର ମିଶାଉଛ ଆଉ ଖାଇବା ସାମଗ୍ରୀରେ ଛେପ ପକାଇ ଖାଇବାକୁ ଦେଇଛ ବୋଲି ଲୋକଙ୍କୁ କହି ଦେବି) ଏହି ପୋଷ୍ଟ କରି ଟିଟିଲାଗଡ ସହରର ୯୫ ଜଣ ଲୋକଙ୍କୁ ଟେଗ କରି ପୋଷ୍ଟ ହୋଇଛି, ଏହି ମେସେଜ ଆସିବା ପରେ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇ ହୋଟେଲ ଉପରେ ଲୋକଙ୍କ ମନରେ ଖରାପ ପ୍ରଭାବ ପଡିଛି । ସେଥିପାଇଁ ହୋଟେଲ ମାଲିକ ହିଫଜୁଲ ରେହେମାନ ନିଜେ ଫେସ୍‌ବୁକ ଲାଇଭରେ ଆସି ଏହାକୁ ଖଣ୍ଡନ କରି ମୋ ହୋଟେଲରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଦେଖନ୍ତୁ ବୋଲି ଖୋଲା ଚ୍ୟାଲେଞ୍ଜ ଦେବା ସହ ପ୍ରିୟଙ୍କା ପୁରୋହିତଙ୍କ ନାମରେ ମାମଲା ଦାଏର କରି ମାନହାନି ମୋକଦ୍ଦମା ରୁଜ୍ଜୁ କରିଥିବା କହୁଛନ୍ତି ।
ତେବେ ସହରରେ ଏବେ ଏହି ପୋଷ୍ଟକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ପୋଲିସ ପକ୍ଷରୁ ମଧ୍ୟ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଏହି ପୋଷ୍ଟ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.