ଘର ଭିତରକୁ ପଶି ଯୁବକଙ୍କୁ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘର ଭିତରକୁ ପଶି ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରଗାଡ଼ ଗ୍ରାମରେ ଜଣେ ଯୁବକଙ୍କ ଘର ଭିତରକୁ ପଶି ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରାଯାଇଥିବା ନେଇ ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତ ଯୁବକ । ସୂଚନା ଅନୁସାରେ ସରଗାଡ଼ ଗ୍ରାମର ରାକେଶ ସେଠ୍ ବୟସ ୨୫ ଗତ ରାତ୍ରିରେ ତାଙ୍କର ଘରେ ଥିବା ସମୟରେ ଉକ୍ତ ଗ୍ରାମର ବିଜୟ ମହାନ୍ତି ତାଙ୍କ ଘରକୁ ପହଂଚି ରାକେଶଙ୍କୁ ଡାକିବାରୁ ସେ ଘରୁ ବାହାରିଥିଲେ । ପରେ ସେ ହଠାତ୍ ରାକେଶଙ୍କ ଗାଲରେ ଚାପୁଡ଼ା ମାରି ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ଜାତିଆଣ ଆକ୍ଷେପ କରିଥିବା ସେ ତାଙ୍କର ଏତଲାରେ ଦର୍ଶାଇଛନ୍ତି । ବିଜୟ ତାଙ୍କର ମୋବାଇଲ ମଧ୍ୟ ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ସଦର ଥାନାର ଦ୍ୱାରସ୍ଥ ହେବା ସହ ଲିଖିତ ଅଭିଯୋଗ କରି ବିଜୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.