ମୋବାଇଲ ଚୋରି ଅଭିଯୋଗ ନେଇ ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଗାନ୍ଧୀନଗରପଡା ସ୍ଥିତ କାଳିଆ ଗ୍ୟାରେଜରେ କାମ କରୁଥିବା ଜଣେ ଯୁବକଙ୍କ ମୋବାଇଲ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମଲମୁଣ୍ଡା ଗ୍ରାମର ଆକାଶ ସେଠ୍ କାଳିଆ ଗ୍ୟାରେଜରେ କାମ କରନ୍ତି । ଗତ ରାତ୍ରି ୮ଟା ସମୟରେ ସେ ଗ୍ୟାରେଜରେ କାମ କରୁଥିବା ବେଳେ ମୋବାଇଲକୁ ଚାର୍ଜରେ ବସାଇଥିଲେ । ହେଲେ ଏହି ସମୟରେ ତାଙ୍କର ମୋବାଇଲ କୁଆଡେ଼ ଗଲା ସେ ଆଉ ପାଇଲେ ନାହିିଁ । ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ମୋବାଇଲ ନ ମିଳିବାରୁ ସେ ଟାଉନ ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.