jayashree

ନିର୍ଯ୍ୟାତନା ସହି ନ ପାରି ବୋହୁ ଫେରାର : ଥାନାରେ ଲିଖିତ ଅଭିଯୋଗ କଲେ ଝିଅର ବାପା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି । ଏଭଳି ଏକ ଘଟଣା ଭିତରେ ଘରର ବୋହୂ ପରିବାରର ନିର୍ଯ୍ୟାତନା ସହି ନ ପାରି କୁଆଡ଼େ ଫେରାର ହୋଇଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା । ଝିଅର ବାପା ବାଲୁଙ୍କେଶ୍ୱର ବେହେରାଙ୍କ କହିବା ଅନୁସାରେ ବାଲିଗୁଡ଼ା ଥାନା ଜକିସାହିଠାରେ ହରିହର ଡାକୁଆଙ୍କ ଘରେ ତାଙ୍କ ଝିଅ ଅଞ୍ଜନା ବେହେରା ଆଜିକୁ ଚାରି ବର୍ଷ ହେଲା ବିବାହ କରିଥିଲା । ବିବାହ ହେବାର ଏକ ବର୍ଷ ପରେ ମୋ ଝିଅକୁ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ ଜୁନ୍‌ ୬ ତାରିଖ ଦିନ ମୋ ସ୍ୱାମୀ, ଶ୍ୱଶୁର ଓ ପରିବାର ଲୋକ ଏକତ୍ରିତ ହୋଇ ମତେ ରକ୍ତାକ୍ତ କରିବା ପର୍ଯ୍ୟନ୍ତ ମାଡ଼ ମାରିଥିଲେ ଓ ପୁଅକୁ ମୋ’ କୋଳରୁ ଛଡ଼େଇ ନେଇ ଘରୁ ତଡି ଦେଇଥିଲେ ବୋଲି ଏ ଖବର ନିଜେ ଝିଅ ତାଙ୍କ ବାପାଙ୍କୁ ଜଣାଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ବାପା ଆସି ଝିଅକୁ ଖୋଜିଥିଲେ କିନ୍ତୁ ଝିଅକୁ ନ ପାଇବାରୁ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିର୍ତ୍ତି କରି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ମିସିଙ୍ଗ କେସ ନଂ. ୨୩/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା କହିଛନ୍ତି ।

Leave A Reply

Your email address will not be published.