ସାଂଘାତିକ ଅଭିଯୋଗ, ଲାଞ୍ଚ ନାହିଁ ତ ମନରେଗା ପ୍ରାପ୍ୟ ନାହିଁ : ପ୍ରାପ୍ୟ ପାଇବାରୁ ବୃଦ୍ଧ ବଞ୍ଚିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଦାଦନ ଚାଲାଣ ରୋକିବା ପାଇଁ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାର ମନରେଗା ଯୋଜନା କାର୍ଯ୍ୟକାରୀ କରିଛନ୍ତି । କେଉଁଠି ମେସିନ୍‌ ଦ୍ୱାରା ମନରେଗା କାମ କରାଯାଉଥିବା ବେଳେ ଆଉ କେଉଁଠି ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ କାମ କରି ମଧ୍ୟ ଶ୍ରମିକ ପାଉଣା ପାଇପାରୁ ନାହିଁ । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତରେ ଜଳ ବିଭାଜିକା ପ୍ରକଳ୍ପ ତରଫରୁ କୃଷି ପୋଖରୀ ଖନନ କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତ ଜେମାପାଲି ଗ୍ରାମର ଚାଷୀ ଯୁଧିଷ୍ଠିର ସାହୁ ଏକ ଲକ୍ଷ କୋଡିଏ ହଜାର ଟଙ୍କାର ପୋଖରୀ ଖନନ କରି ଅଦ୍ୟାବଧି ତାଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ରହିଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇ ନ ପାରିବାରୁ ବିଭିନ୍ନ ବାହାନା ଦେଖାଇ ତାଙ୍କୁ ପ୍ରାପ୍ୟ ଦିଆଯାଉ ନଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀ ସ୍ୱୟଂପ୍ରଭା ସିଂଙ୍କୁ ପଚାରିବାରେ ଲାଞ୍ଚ ଘଟଣାକୁ ସେ ଅସ୍ୱୀକାର କରିବା ସହିତ କାମରେ ଅବହେଳା ପାଇଁ ପ୍ରାପ୍ୟ ବାକି ରହିଥିବା ସୂଚନା ଦେଇଥିଲେ । ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.