ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ

  • ହିଆଁଲ ସରକାରୀ ଉନ୍ନୀତ ହାଇସ୍କୁଲର ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତ ସଦର ମହକୁମାରେ ରହିଛି ସରକାରୀ ଉନ୍ନୀତ ହାଇସ୍କୁଲ । ଏହି ହାଇସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପାଇଁ ରହିଛି ମାତ୍ର ୫ଟି ଶ୍ରେଣୀ ଗୃହ । ବିଦ୍ୟାଳୟରେ ମୋଟ ୪୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ବିଦ୍ୟାଳୟଟି ୨୪.୦୯.୧୯୬୧ ମସିହାରେ ସ୍ଥାପିତ ହୋଇଥିଲା । ସ୍ଥାପିତ ହେବା ଦିନଠାରୁ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଯାଏଁ ଶିକ୍ଷାଦାନ ଦିଆଯାଉଥିଲା । ପରେ ବିଦ୍ୟାଳୟକୁ ୧୧.୦୯.୨୦୦୯ ମସିହାରେ ଉନ୍ନୀତ ହାଇସ୍କୁଲରେ ରୂପାନ୍ତରିତ କରାଯାଇଥିଲା । ବିଦ୍ୟାଳୟର ବିଭିନ୍ନ ସମସ୍ୟା ମଧ୍ୟରେ ୧୦ଟି ଶ୍ରେଣୀ ପାଇଁ ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହର ଅଭାବ, ବିଶୁଦ୍ଧ ପାନୀୟ ଜଳ, ଉତ୍ତମ ପରିବେଶ ମଧ୍ୟରେ ଶିକ୍ଷାଦାନର ଅଭାବ ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳ ପଡିଆର ଅଭାବ ରହିଛି ବୋଲି ଅଭିଯୋଗ ହୋଇଛି । ସରକାରଙ୍କ ତରଫରୁ ଏ.୬.୨୧ଡି. ଜମି ପଟ୍ଟା ସ୍କୁଲ ନାମରେ ଦିଆଯାଇଥିଲେ ସୁଦ୍ଧା ସ୍କୁଲକୁ ୫ଟିରେ ସାମିଲ କରାଯାଇ ପାରିନାହିଁ ବୋଲି ଅଭିଯୋଗ ହୋଇଛି । ହିଆଁଲ ସରକାରୀ ଉନ୍ନୀତ ହାଇସ୍କୁଲରେ ପଂଚାୟତର କର୍ଲାବାହାଲି, ଦାବ୍ରି, ଡୁମେରଚୁଆଁ, ଖୁଟୁଲୁମୁଣ୍ଡା, ଢୁଷାମୁଣ୍ଡା, ମାଲପାମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାଇସ୍କୁଲ ଶିକ୍ଷାଦାନ ପାଇଁ ନିର୍ଭର କରନ୍ତି । ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ହେତୁ ନୂତନ ଶ୍ରେଣୀ ଗୃହ ସହ ଶୈକ୍ଷିକ ପରିବେଶ ନିର୍ମାଣ କରିବା ପାଇଁ ବିଦ୍ୟାଳୟ ଅଭିଭାବକ କମିଟି ତରଫରୁ କ୍ଷିତିଶ ଗଏଁତାଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଝରଣିଠାରେ ସୋମବାର ହୋଇଥିବା ଜନ ଶୁଣାଣି ଶିବିରରେ ଅଭିଯୋଗ ପତ୍ର ପ୍ରଦାନ କରାଯାଇ ଯଥା ଶୀଘ୍ର ଏହାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.