ଗୁରୁଙ୍କ ନାମରେ କଳଙ୍କ : ପୃଥ୍ୱୀରାଜ ହାଇସ୍କୁଲର କ୍ରୀଡା ଶିକ୍ଷକ ସୌରଭ ପଧାନଙ୍କ ନାମରେ ପ୍ରେମ ପ୍ରତାରଣା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଗୁରୁଙ୍କ ନାମରେ କଳଙ୍କ । ଏଭଳି ଏକ ଖବର ବଲାଙ୍ଗିର ସହରରେ ଚହଳ ସୃଷ୍ଟି କରିଛି । ଛାତ୍ରଛାତ୍ରୀଙ୍କୁ ସଂସ୍କାର ପ୍ରଦାନ କରିବା ଓ ସେମାନଙ୍କ ଚରିତ୍ର ଗଠନର ଗୁରୁ ଦାୟିତ୍ୱ ବହନ କରୁଥିବା ଶିକ୍ଷକଙ୍କ ଯଦି ଚରିତ୍ର କଳଂକିତ ହୁଏ, ତେବେ କଥା ସରିଲା । ଏଭଳି କିଛି ଶିକ୍ଷକଙ୍କ ପାଇଁ ପୁରା ଶିକ୍ଷକ ସମାଜ ଆଜି ନିନ୍ଦିତ ହେଉଛି । ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲର କ୍ରୀଡା ଶିକ୍ଷକ ସୌରଭ ପଧାନଙ୍କ ବିରୋଧରେ ପ୍ରେମ ପ୍ରତାରଣା ଅଭିଯୋଗ ଆଣିଛନ୍ତି ବଲାଙ୍ଗିର ସହରର ତାଲପାଲିପଡାର ଜଣେ ଯୁବତୀ । ଗତ ଶନିବାର ଦିନ କ୍ରୀଡା ଶିକ୍ଷକଙ୍କ ନାଁରେ ଟାଉନ ଥାନାରେ ସେ ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ ସୌରଭ ବର୍ଷେ ହେଲା ତାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ । ତାଙ୍କ ଘରକୁ ଯିବାଆସିବା ମଧ୍ୟ କରୁଥିଲେ । ବର୍ଷେ ହେଲା ଲିଭ୍ ଇନ୍ ରିଲେସନ୍‌ସିପ୍‌ରେ ଥିଲେ । କିନ୍ତୁ ଏବେ ସୌରଭ ବିବାହ କରିବାକୁ ମନା କରିବାରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ । ଶିକ୍ଷକଙ୍କ ବିରୋଧରେ ଟାଉନ ଥାନା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଏତଲା ପରେ ଶିକ୍ଷକଙ୍କ ନାଁରେ ନୂଆ ନୂଆ କଥା ମଧ୍ୟ ଆଲୋଚନା ହେଉଛି । ରସିକିଆ କ୍ରୀଡା ଶିକ୍ଷକଙ୍କ କଳା କାରନାମାର କିଛି ଫଟୋ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଚର୍ଚ୍ଚା ଜୋର୍‌ ଧରିଛି । ଜଣେ ନୁହଁ, ଏକାଧିକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କ ସହ ରହିଥିବା କିଛି ଆପତ୍ତିଜନକ ଫଟୋ ଭାଇରାଲ୍ ହୋଉଛି । ଏତେ ଝିଅଙ୍କ ସହ ସମ୍ପର୍କ ଥିବା ଫଟୋ ଦେଖି ପୋଲିସ ମଧ୍ୟ ଚକିତ ହୋଇପଡିଥିବା କୁହାଯାଉଛି । ଏତଲା ପର ଠାରୁ କ୍ରୀଡା ଶିକ୍ଷକ ଫେରାର୍ ଥିବା ବେଳେ ଟାଉନ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ୍‌ ବାଗ କହିଛନ୍ତି । ତେବେ ସୌରଭ ବଲାଙ୍ଗିରର ପୃଥ୍ୱୀରାଜ ହାଇସ୍କୁଲ ଭଳି ପ୍ରତିଷ୍ଠିତ ସ୍କୁଲରେ କ୍ରୀଡା ଶିକ୍ଷକ ଭାବେ ଚାକିରି ପାଇଥିବା ବେଳେ ତାଙ୍କ ଏଭଳି ଚରିତ୍ରହୀନ କାର୍ଯ୍ୟ ଶୁଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ । ତେବେ ଥାନାରୁ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଅନ୍ୟ ପକ୍ଷରେ ଶିକ୍ଷକ ସୌରଭ ପଧାନଙ୍କ ମା’ ପୁଅ ନିଖୋଜ ଥିବା ନେଇ ପୁଇଁତଲା ଥାନାରେ ଅଭିଯୋଗ କରିଥିବା କୁହାଯାଇଛି ।

Leave A Reply

Your email address will not be published.