ମୋବାଇଲ ହଜିଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରାମେଶ୍ୱରନଗର ଠାରେ ଏକ ମୋବାଇଲ ହଜିଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାମେଶ୍ୱରନଗରର ବୀନା ବୁଡେକ ଗତରାତି ଚାଲି ଚାଲି ଯାଉଥିବା ବେଳେ ଏହି ସମୟରେ ତାଙ୍କ ମୋବାଇଲ କୌଣସି ଏକ ସ୍ଥାନରେ ପଡି ଯାଇଥିଲା । ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ମୋବାଇଲ ନ ମିଳିବାରୁ ଶେଷରେ ଟାଉନ ଥାନାର ଦ୍ୱାରସ୍ଥ ହୋଇ ସେ ଲିଖିତ ଅଭିଯୋଗ କରିଥିଲେ ଓ ତାଙ୍କ ମୋବାଇଲ ଖୋଜିବାକୁ ସେ ଦାବୀ କରିଥିଲେ ।

Leave A Reply

Your email address will not be published.