ମାଧିଆପାଲି ନିକଟରେ ଥିବା ଜଣେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦରଥାନା ଅନ୍ତର୍ଗତ ମାଧିଆପାଲି ଗ୍ରାମରେ ଜଣେ ଦୋକାନୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ପିତବାସ ପଟେଲ । ସୂଚନା ଅନୁସାରେ ବଲାଙ୍ଗିର-ସମ୍ବଲପୁର ଜାତୀୟ ରାଜପଥ କଡରେ ପିତବାସଙ୍କ ଚା’ ଓ କିରାନା ଦୋକାନ ରହିଛି । ଗତକାଲି ମଧ୍ୟାହ୍ନରେ ମାଧିଆପାଲିର ନିଖିଲ ବାଗ ଓ ୨ ଜଣ ଯୁବକ ତାଙ୍କ ଦୋକାନକୁ ଆସି ଚା’ ପିଇଥିଲେ । ହେଲେ ଚା’ର ଟଙ୍କା ମାଗିବାରୁ ନିିଖିଲ ତାଙ୍କୁ ଗାଳିଗୁଲଜ୍‌ କରିବା ସହ ତାଙ୍କ ଘରକୁ ଯାଇ ଏକ ଭୁଜାଲି ନେଇ ଆସିଥିଲେ ଓ ଦୋକାନକୁ ଆସି ଆକ୍ରମଣ କରିଥିଲେ । ସେ ଭୁଜାଲିକୁ ହାତରେ ଧରିବାରୁ ତାଙ୍କ ହାତ କଟି କ୍ଷତ ହୋଇଥିବା ଜଣାପଡିଛି । ଏନେଇ ପିତବାସ ଚିକିତ୍ସା ହେବା ପରେ ସଦରଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହାକୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.