om academy

ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଏ ସରକାର ଏତେ ଭୟଭୀତ କାହିଁକି : ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡିକରେ କରୋନା ମହାମାରୀ ତାର ଭୟଙ୍କର ରୂପ ବିସ୍ତାର କରି ଚାଲିଛି । ଦୈନନ୍ଦିନ ପ୍ରତ୍ୟେକ ହସ୍ପିଟାଲରୁ ମୃତ୍ୟୁର ଖବର ଆସି ପହଂଚୁଛି । ତେବେ ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଓସିଏଲ ସିଏସଆର ପାଣ୍ଠିରୁ ୧୦୦ଟି ଆଇସିୟୁ, ଭେଣ୍ଟିଲେଟରର ବ୍ୟବସ୍ଥା କରି ୭ ତାରିଖ ଦିନ ଏହାର ଉଦଘାଟନ କରିବା ପରେ ଓଡ଼ିଶା ସରକାର ହଠାତ ନିଦରୁ ଉଠିଲା ପରି ଲାଗୁଛି ବୋଲି ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଗତ ୨ ମାସ ହେଲା ଛତିଶଗଡ ସୀମାନ୍ତକୁ ଲାଗିଥିବା ବରଗଡ, ନୁଆଁପଡା, କଳାହାଣ୍ଡି, ସୁନ୍ଦରଗଡ, ଝାରସୁଗୁଡ଼ା, ବଲାଙ୍ଗିର ଆଦି ଜିଲ୍ଲାରେ କରୋନା ମହାମାରୀର ପ୍ରବେଶ ସହ ଏବେ ସାରା ପଶ୍ଚିମାଞ୍ଚଳରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ୨ ମାସ ଧରି ଲୋକେ କରୋନାରେ ଆକ୍ରାନ୍ତ ହୋଇ ପୋକ ମାଛି ଭଳି ମରୁଥିବା ବେଳେ ଓଡ଼ିଶା ସରକାର ଲୋକଙ୍କ ଜନ ଜୀବନ ସୁରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ପଶ୍ଚିମାଞ୍ଚଳରେ ହସ୍ପିଟାଲ, ପିଏଚସି, ସିଏଚସି, ଜିଲ୍ଲା ସଦର ମହକୁମା, ମେଡିକାଲ କଲେଜ ହସ୍ପିଟାଲ ଗୁଡିକୁ କରୋନା ମୁକାବଲା କରିବା ପାଇଁ ଟେଷ୍ଟିଙ୍ଗ କିଟ, ଔଷଧ, କୋଭିଡ ଇଂଜେସନ, ଅକ୍ସସିଜେନ, ଆମ୍ବୁଲାନ୍ସ, ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ ଶବ ବାହକ ଗାଡି ଆଦି ଯୋଗାଇ ଦେବାରେ ସରକାର ଅସମର୍ଥ ହୋଇଯାଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଆଜିଯାଏ ସରକାର କୌଣସି ଠାରେ କ୍ୱାରେନ୍‌ଟାଇନ୍‌ ସେଣ୍ଟର ପ୍ରତିଷ୍ଠାତ କଲେ ନାହିଁ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଓସିଏଲ ୧ ଶହଟି ଆଇସିୟୁ ଭେଣ୍ଟିଲେଟର ଉଦଘାଟନ ସହ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାର ୩୩୩ କୋଟି ଓଡିଶା ରାଜ୍ୟକୁ ପ୍ରଦାନ କରିବା, ଏନଏଚଏଆଇ ସହାୟତାରେ ପଶ୍ଚିମାଞ୍ଚଳର ଝାରସୁଗୁଡ଼ା, ବୌଦ୍ଧ ସମେତ ରାଜ୍ୟ ସାତଟି ସ୍ଥାନରେ ଅକ୍ସସିଜେନ ପ୍ଳାଣ୍ଟ ସ୍ଥାପନ କରିବା, ଏପରି କି ଏମସିଏଲ ଓ ଅନ୍ୟାନ୍ୟ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଉଦ୍ୟୋଗ ଗୁଡିକ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ସହାୟତାର ହାତ ବଢାଇଛନ୍ତି । ୨ ମାସ ଧରି ରାଜ୍ୟ ସରକାର ଚିର ନିଦ୍ରାରେ ଶୋଇବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ଭୂମିକାରେ ରାଜ୍ୟ ସରକାର ଭୟଭୀତ ହୋଇ ହଠାତ ନିଦରୁ ଉଠିଲା ପରି ମନେ ହେଉଛି । ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବରଗଡ ଗସ୍ତ କରି ତାଙ୍କ ଦଳର ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପ୍ରଶାସନ ସହ ରୁଦ୍ଧ ଦ୍ବାର ବୈଠକ ଓ ତହିଁ ପରଦିନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବରଗଡ ସମେତ ପଶ୍ଚିମାଞ୍ଚଳ ଗସ୍ତରୁ ଜଣାପଡୁଛି ଯେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀଙ୍କୁ ଏ ସରକାର କେତେ ଭୟ କରୁଛି ଏଥିରୁ ତାହା ପ୍ରମାଣିତ ହେଉଛି ବୋଲି ଶ୍ରୀ ପୁରୋହିତ କ୍ଷୋାଭାକ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭରଚୁଏଲ ମିଟିଙ୍ଗ ଜରିଆରେ ବରଗଡର ଏହି ଭେଣ୍ଟିଲେଟର ବ୍ୟବସ୍ଥା ଉଦଘାଟନ କରି ନ ଥିଲେ ବୋଧେହୁଏ ଓଡିଶା ସରକାରଙ୍କ ନିଦ ଆଜିଯାଏଁ ଭାଙ୍ଗି ନ ଥାଆନ୍ତା ବୋଲି ମଧ୍ୟ ସେ ଆକ୍ଷେପ କରିଛନ୍ତି ।

Leave A Reply

Your email address will not be published.