ନିର୍ମାଣ ସାମଗ୍ରୀ ଲୁଟ୍‌ ନେଇ ଫାଣ୍ଡିରେ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଘନିପୁର ଗ୍ରାମର ଉଜ୍ଜିର ମହମ୍ମଦଙ୍କ ଗୋପପାଟଣା ମୌଜାରେ ନିର୍ମାଣାଧୀନ ଘରର କାନ୍ଥ, ସୁରକ୍ଷା ଖୁଣ୍ଟ ଭାଙ୍ଗିବା ସହ ଜମା ରଖିଥିବା ଲକ୍ଷାଧିକ ଟଙ୍କାର ଲୁହା ରଡ଼ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ଚୋରି କରିଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଉଜ୍ଜିର ଜଣେ ସମାଜସେବୀ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି । ଭୁବନେଶ୍ଵରରେ ସେ ରହୁଛନ୍ତି । ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ପୂର୍ବ ଆକ୍ରୋଶ ରଖି ଏପରି କରିଥିବା ଅଭିଯୋଗରେ ଉଜ୍ଜିର ଦର୍ଶାଇଛନ୍ତି ।

Leave A Reply

Your email address will not be published.