
ପଦ୍ମପୁର, (ନିରୋଜ କୁମାର ପାଣୀ) : ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରି ମାଡି ପିଟ୍ କରିଥିବା ବିଜୁ ଜନତା ଦଳର ଜଣେ ଅପରାଧିକୁ ସୁରକ୍ଷା ଦେବା ପାଇଁ ପଦ୍ମପୁର ପୋଲିସ ଅଭିଯୋଗକାରୀକୁ ଥାନାରେ ଧମକ ଚମକ ଦେଇ ଏଫ୍ଆଇଆର୍ ବଦଲା ଯାଇଥିବା ନେଇ ପଦ୍ମପୁର ଏସ୍ଡିପିଓଙ୍କଠାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ପଦ୍ମପୁର ଥାନା ବରଭଟା ଗାଁର ଦଳ ବରିହାଙ୍କ ସ୍ତ୍ରୀ ଶ୍ରୀମତୀ ସଖୀ ବରିହା ଘରେ ଏକା ଥିବା ବେଳେ ସନ୍ଧ୍ୟା ୭ ଘଣ୍ଟା ଅନ୍ଧାର ସମୟରେ ଗ୍ରାମର ଦୁର୍ଜନ ନେଗୀ ନାମକ ଜଣେ ଅସାମାଜିକ ବ୍ୟକ୍ତି ଘର ଭିତରକୁ ପ୍ରବେଶ କରି ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହ ସମ୍ମାନହାନି ହେଲା ଭଳି ଅସଭ୍ୟ ଭାଷା ବ୍ୟବହାର କରି ତାଙ୍କୁ ମାଡପିଟ କରିବା ସହ ଶାଢୀ ଟଣା ଓଟରା କରିଥିଲା । ଶ୍ରୀମତୀ ବରିହା ଚିତ୍କାର କରିବାରୁ ସେ ଘରୁ ବାହାରି ଯାଇଥିଲା । ଗତ ତା ୧୧/୧ ଦିନ ରାତ୍ର ୯ ଘଣ୍ଟା ସମୟରେ ଶ୍ରୀମତୀ ସଖୀ ବରିହା ନିଜ ସ୍ବାମୀଙ୍କ ସହ ଥାନାକୁ ଆସି ରିପୋର୍ଟ ଦେଇଥିଲେ । ରିପୋର୍ଟ ଦେବା ସମୟରେ ଥାନାରେ ଉପସ୍ଥିତ ଥିବା ପୋଲିସ ଉଭୟଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହ ରାତ୍ରିରେ ଥାନାକୁ କାହିଁକି ଆସିଲ ବୋଲି ଓଳଟା ଧମକ ଦେଇଥିଲେ । ପୁଣି ତା ୧୨/୧ ରିଖ ଦିନ ପଦ୍ମପୁର ଥାନା ସବଇନ୍ସପେକ୍ଟର ପ୍ରକାଶ ପାତ୍ର ଶ୍ରୀମତୀ ବରିହା ଓ ତାଙ୍କ ସ୍ବାମୀଙ୍କୁ ଡକାଇ ସେ ଦେଇଥିବା ରିପୋର୍ଟ ଠିକ୍ ନାହିଁ କୋର୍ଟରେ ଏଭଲି ବୟାନ ଦେଲେ ତୁମ ଇଜ୍ଜତ ଯିବ କହି ଯୋର ଜବରଦସ୍ତ ପୁଣି ତାଙ୍କ କହିବା ମୁତାବକ ଏକ ନୂତନ ଏଫ୍ଆଇଆର୍ ଲେଖା ଯାଇ ସେଥିରେ ପୋଲିସ ଶ୍ରୀ ପାତ୍ର ଧମକ ଚମକ ଓ ଚାପ ପ୍ରୟୋଗ କରି ଶ୍ରୀମତୀ ସଖୀ ବରିହାଙ୍କ ଠୁ ଦସ୍ତଖତ କରାଇ ନେଇଥିଲେ । ସଂନ୍ଧ୍ୟାରେ ଅଭିଯୁକ୍ତ ଦୁର୍ଜନ ନେଗୀକୁ ଡାକି ଥାନାରୁ ବେଲରେ ଛାଡି ଦେଇଥିଲେ । ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ସର୍ବଶ୍ରୀ ପ୍ରୀତେଶ ବହିଦାର, ସରୋଜ ପାଣିଗ୍ରାହୀ, ଅଶୋକ କୁମାର ମିଶ୍ର, ଆଡଭୋକେ ଆଦିତ୍ୟ ରଥ, ଆଡଭୋକେଟ ଚିନ୍ମୟ ପଣ୍ଡା, ଇଂଜିନିୟର କୁନାଲ ପାଣିଗ୍ରାହୀ ଜ୍ୟୋତ୍ସ୍ନା ରାଣୀ କର, ସଖୀ ବରିହା, ଅମିତ ଗର୍ଗ, ନରେଶ ସୁନ୍ଦର ସାହୁ, ନରହରି ପାଣ୍ଡେ, ଦିନେଶ ବାରିକ, ମଣ୍ଟୁ ପାଣ୍ଡେ, ମନ୍ତର ସେଠ, ରତ୍ନାକର ବରିହା, ଦୋଳ ବରିହା ଆଜି ପଦ୍ମପୁର ଏସ୍ଡିପିଓ ବିଭୁତି ଭୂଷଣ ଭୋଇଙ୍କୁ ଭେଟି ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ବିଜେପି ଥାନା ସମ୍ମୁଖରେ ଆନ୍ଦୋଳନ କରିବ ବୋଲି ଲିଖିତ ଜଣାଇଛନ୍ତି ।