oom

ଚାଷୀଙ୍କୁ ନିର୍ଯାତନା ଓ ମାଡ଼ ମାରିଥିବା ଅଭିଯୋଗରେ ଥାନାରେ ମାମଲା

jsmm

ବେଲପଡା, (କେପିଏନ୍‌ଏସ୍‌) : ଧାନ ବିକ୍ରି ପାଇଁ ପ୍ୟାକ୍ସର ସମ୍ପାଦକ ଜଣେ ଚାଷୀଙ୍କୁ ମାଡ଼ ମାରିଥିବା ନେଇ ଚାଷୀ ଜଣକ ଥାନାରେ ଲିଖିତ ଅଭିଯୋଗ ପରେ ଏବେ ହରଡ଼ ଘଣାରେ ପ୍ୟାକ୍ସ ସମ୍ପାଦକ ମହେଶ ପ୍ରତାପ ପାଣିଗ୍ରାହୀ । ଏମିତି ଘଟଣା ଘଟିଛି ବେଲପଡା ଥାନା ଘଗୁର୍ଲି ପ୍ରାଥମିକ ସମବାୟ ସମିତିରେ । ଅଭିଯୋଗ ଅନୁସାରେ, ଘାଗୁର୍ଲି ଗାଁର ଚାଷୀ ଖୁସିରାମ ମହାକୁଡ଼ ଗତ ୨୪ ତାରିଖ ଦିନ ଘାଗୁର୍ଲି ପ୍ରାଥମିକ ସମବାୟ ସମିତିକୁ ଧାନ ବିକ୍ରି କରିବା ପାଇଁ ଧାନ ନେଇଥିଲେ । ଗୋଦାମ ଘର ଖାଲି ନଥିବାରୁ ପୁଣି ଘରକୁ ଫେରାଇ ଆଣି ୨୫ ତାରିଖ ଦିନ ପୁଣି ଧାନକୁ ଧରି ପ୍ୟାକ୍ସକୁ ନେଇଥିଲେ ଏବଂ ପ୍ୟାକ୍ସ ସମ୍ପାଦକଙ୍କୁ ଧାନ ବିକ୍ରୟ ପାଇଁ କହିବାରୁ ସମ୍ପାଦକ ମହେଶ ଚାଷୀ ଖୁସିରାମକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ନେଇ ଚାଷୀ ଜଣକ ବେଲପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପ୍ୟାକ୍ସ ସମ୍ପାଦକ ଏହାକୁ ମିଛ କହିଁ ଖୁସିରାମ ଉପରେ ଦୋଷ ଦେଇଛନ୍ତି । ତେବେ ଏହାକୁ ନେଇ ନା ପସନ୍ଦ କରିଛନ୍ତି ଚାଷୀ ନେତା, ଚାଷୀଙ୍କୁ ଉପଯୁକ୍ତ ନ୍ୟାୟ ଦିଆନଗଲେ ଥାନା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.