ଫାଇନାନ୍ସ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଆମପଡାଠାରେ ସୋମବାର ରାତିରେ ମୁଥୁଟ୍‌ ଫାଇନାନ୍ସ କର୍ମଚାରୀଙ୍କ ଉପରେ ପ୍ରାଣନ୍ତକ ଆକ୍ରମଣ ହୋଇଛି । ଆମପଡାର ଭୋଇ ବଗର୍ତ୍ତି ଓ ତାଙ୍କ ସ୍ତ୍ରୀ ପଦ୍ମା ବଗର୍ତ୍ତି ମୁଥୁଟ କମ୍ପାନୀରୁ ଋଣ ନେଇଥିଲେ । କୌଣସି କର୍ମଚାରୀ ଜିତୁ ପ୍ରଧାନ ତାଙ୍କ ଘରକୁ ଟଙ୍କା ପାଇଁ ଯାଇଥିବା ବେଳେ ବଚସା ହୋଇଥିଲା । ଏଥିରେ ରାଗିଯାଇ ଭୋଇ ଫାଇନାନ୍ସ କର୍ମଚାରୀ ଜିତୁଙ୍କ ଉପରେ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.