jayashree

ଭିନ୍ନକ୍ଷମ ଜଗୁ କୁମ୍ଭାର ସରକାରୀ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ମାଲଗୋଦାମପଡାର ଜଗୁ କୁମ୍ଭାର(୨୭) ଶତକଡ଼ା ୮୦% ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପରିବାର କହିଲେ ମା’ ଓ ୫ ଭାଇ ଅଛନ୍ତି । ତିନି ଭାଇ ବିବାହିତ ଥିବା ବେଳେ ଜଗୁ କୁମ୍ଭାର ଓ ତାଙ୍କ ସାନଭାଇ ଅବିବାହିତ ଅଟନ୍ତି । ତାଙ୍କର ଜମିବାଡି ନ ଥିବାରୁ ସରକାରୀ ଜାଗାରେ ରହୁଛନ୍ତି । ପରିବାରର ଆୟ କହିଲେ ବିପିଏଲ୍‌ ଚାଉଳ ୨୫ କେଜି ପାଉଛନ୍ତି । ଭିନ୍ନକ୍ଷମ ଜଗୁ ବଲାଙ୍ଗିର ଠାରୁ ଟିଟିଲାଗଡ଼ ପ୍ରତିଦିନ ରେଳଗାଡିରେ ଯିବା ଆସିବା କରି ତାଙ୍କ ଭିନ୍ନକ୍ଷମ ଅବସ୍ଥା ଦେଖି ଯିଏ ଯାହା ପଇସା ଦେଲା ସେଥିରେ ଚଳୁଛନ୍ତି । କିନ୍ତୁ ସରକାର ଭିନ୍ନକ୍ଷମ ପାଇଁ ଯେଉଁ ସବୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସେହି ସରକାରୀ ଯୋଜନାରୁ ଜଗୁ ବଞ୍ଚିତ ରହିଛନ୍ତି । ଭିନ୍ନକ୍ଷମ ଜଗୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.