
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ନେହେରୁନଗରରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି । ଘର ମାଲିକ ହେଉଛନ୍ତି ସାମନ୍ତ କୁମାର ବାରିକ । ସୂଚନା ଅନୁସାରେ, ସେ ବୀରମହାରାଜପୁର ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ବହୁ ସୁନା ଓ ରୂପା ଅଳଙ୍କାର ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଟାଉନ ଥାନାରେ ଏତଲା ଦେଇଛନ୍ତି ଓ ଚୋରମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବୀ କରିଛନ୍ତି ।