oom

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ : ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ଜଣେ ମହିଳାଙ୍କୁ ସଂଘବଦ୍ଧ ହୋଇ ଆକ୍ରମଣ କରାଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ରମ୍ଭା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଏଚ୍.ବୁରୁଡ଼ି ଥାନା ଅଧୀନସ୍ଥ ସାନରାମଚନ୍ଦ୍ରପୁର ଗ୍ରାମର ଜେ.ଚେନାୟା ପାତ୍ରଙ୍କ ସ୍ତ୍ରୀ ଜେ. କାମିଆମ୍ମା ପାତ୍ର (୪୫) ଏବଂ ତାଙ୍କ ପୁଅଙ୍କୁ ଜୀବନରୁ ମାରିଦେବାକୁ ପ୍ରୟାସ କରି ଗଛ ବୁଦାମୂଳେ ଛକି ବସି ତାଙ୍କର ପୂର୍ବ ଶତୃମାନେ ସଂଘବଦ୍ଧ ହୋଇ ଆକ୍ରମଣ କରିଛନ୍ତି । ଗୁରୁତର ଆହତ ହୋଇଥିବା ଜେ.କାମିଆମ୍ମା ପାତ୍ରଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆର. ସତ୍ୟ ପାତ୍ର, ଆର.ଜଗନ୍ନାଥ ପାତ୍ର, ଆର.ଗଣେଶ ପାତ୍ର, ବି.ରମାରାଓ ପାତ୍ର, ଡ଼ି.ସତ୍ୟ ପାତ୍ର, ଏନ୍. ଦୀନବନ୍ଧୁ ପାତ୍ର ପ୍ରମୁଖଙ୍କ ନାମରେ ରମ୍ଭା ଥାନାରେ ଅଭିଯୋଗ ହୋଇଛି । ପୋଲିସରେ ଅଭିଯୋଗ କଲେ ସେମାନେ ଜୀବନରୁ ମାରି ଦେବେ ବୋଲି ଆହତ ପରିବାରବର୍ଗଙ୍କୁ ଧମକ ଦେଇଛନ୍ତି ବୋଲି ଲିଖିତ ଅଭିଯୋଗ ହୋଇଛି । ରମ୍ଭା ଥାନା ଅଧିକାରୀ ଘଟଣା ସମ୍ପର୍କରେ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି । ଦୋଷୀଙ୍କୁ କରାବରଣ ଭଳି ଦଣ୍ଡବିଧାନ ବ୍ୟବସ୍ଥା କରି ଉକ୍ତ ସମସ୍ୟାର ସମାଧାନ କରିବାକୁ ଜନ ସାଧାରଣରେ ଦାବୀ ହୋଇଛି । ଉକ୍ତ ଗାଁରେ ଥିବା ଅସାମାଜିକ, ଗୁଣ୍ଡାରାଜ ଚଳାଇ ମହିଳାମାନଙ୍କ ଉପରେ ଆତର୍କିତ ଆକ୍ରମଣ କରୁଥିବା ଅପରାଧୀଙ୍କୁ ଦମନ କରି ସାବାଡ଼ କରିବା ଜରୁରୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ପୋଲିସ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନଦେଇ ଉକ୍ତ ଗ୍ରାମରେ ଶୃଙ୍ଖଳା ସ୍ଥାପନ କରି ନିରପେକ୍ଷ ଭାବେ ଆଶୁ ପ୍ରତିକାର କରିବାକୁ ସାଧାରଣରେ ଦାବୀ ହୋଇଛି ।

jittmm
Leave A Reply

Your email address will not be published.