jayashree

ଟିକମ ଚନ୍ଦ ଜେନେରାଲ ଷ୍ଟୋରରୁ ଛାତ ଫାଡ଼ି ଚୋରି ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ସ୍ଥାନୀୟ ରମାଇ ଟକିଜ ସଂଲଗ୍ନ ଟିକମ ଚନ୍ଦ ଜେନେରାଲ ଷ୍ଟୋରରୁ ଛାତ ଫାଡ଼ି ଚୋରି ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଜାରି ରଖିଛି । ଆଦର୍ଶ ଟାଉନ ଥାନାରୁ ପାଖାପାଖି ୩୦୦ ମିଟର ଦୂର ସିନେମା ହଲ ରାସ୍ତାରେ ଟିକମ ଚନ୍ଦ ଓ ଭାଇ ରୋଷନ ଲାଲ ଜୈନ ଏକ ଜେନେରାଲ ଷ୍ଟୋର କରିଛନ୍ତି । ପ୍ରତିଦିନ ଭଳି ଗତକାଲି ରାତି ସାଢ଼େ ନଅ ଟାରେ ଦୋକାନ ବନ୍ଦ କରି ରୋଶନ ଲାଲ ଘରକୁ ଫେରିଥିଲେ । ସକାଳୁ ୭ଟାରେ ଦୋକାନ ଖୋଲିବାକୁ ଆସି ଦେଖିବାରୁ ଦୋକାନର ଟିଣ ଛାତ ଫାଡ଼ି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ଥାନାକୁ ଯାଇ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି । ଦୋକାନରୁ କେତେ ମାତ୍ରାର ସାମଗ୍ରୀ ଚୋରି ହୋଇଛି ତାହା ହିସାବ କଲା ପରେ ଜଣାପଡିବ ବୋଲି ରୋଶନ ଲାଲ ଜୈନ କହିଛନ୍ତି । ତେବେ ଦୋକାନ ଛାତ ଟିଣ ଫାଡ଼ି ଚୋରି କରାଯାଇଥିବା ଅଂଚଳରେ ଦ୍ଵିତୀୟ ଘଟଣା । କିଛି ଦିନ ପୂର୍ବରୁ ସମାନ ଢଙ୍ଗରେ ସମଲେଶ୍ୱରୀ ମନ୍ଦିର ନିକଟସ୍ଥ ଏକ ସୁନା ଦୋକାନରେ ଚୋରି ହୋଇଥିଲା ।

Leave A Reply

Your email address will not be published.