
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ସ୍ଥିତ ଲିଟିସର୍ଗି ଗ୍ରାମ ପଞ୍ଚାୟତ ହେଉଛି ବ୍ଲକର ଶୀର୍ଷ ପଞ୍ଚାୟତ । ସେହି ପଞ୍ଚାୟତରେ ଅନେକ ଗରିବ ନିରୀହ ଶ୍ରେଣୀର ଲୋକେ ବସବାସ କରନ୍ତି ଓ କୁଳି ମଜୁରୀ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ପଞ୍ଚାୟତିରାଜ ଓ ସ୍ୱାସ୍ଥ୍ୟ ବିଭାଗଙ୍କ ଦ୍ଵାର ମୁହଁର ଖଜୁରୀ ଗଛରୁ ତାଡ଼ି ବାହାର କରି ବେପାର ଚାଲିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ଚର୍ଚ୍ଚାରୁ ଜଣାପଡ଼େ ଯେ, ସେହି ଆଖପାଖ ଅନେକ ଗ୍ରାମ ଗୁଡିକରେ ମଧ୍ୟ ବେଧଡକ ଭାବରେ ବ୍ୟବସାୟ କରୁଥିବା ଜଣାପଡିଛି । ଏହି ସବୁ ଅମାନୁଷକ କାର୍ଯ୍ୟକୁ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବକାରୀ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପାଖରେ ଜନସାଧାରଣ ଦାବୀ କରିଛନ୍ତି ।