ଦିନ ଦ୍ୱିପହରେ ଚୋରି ଅଭିଯୋଗ

ମୁଖୀଗୁଡା : ରଣମାଲ ଗ୍ରାମରେ ଦିନ ଦ୍ୱିପହରେ ଚୋରି ଅଭିଯୋଗ । ଗତକାଲି ମଙ୍ଗଳବାର ଦିନ ପ୍ରାୟ ସାଢ଼େ ୧୦ଟାରେ କ୍ଷେତ ପାଖରୁ ବାଇକ ଚୋରି ନେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ଜୟପାଟଣା ଥାନା ରଣମାଲ ଗ୍ରାମର ସୁନିଲ ଦୁର୍ଗା ଗତକାଲି ଦିନ ୧୦.୩୦ରେ ହିରୋ ଗ୍ଲେମର ନମ୍ବର ଓଡି୦୮ଇ ୧୯୩୬କୁ କ୍ଷେତ ପାଖ ଖଳାରେ ରଖି ତାଙ୍କର କ୍ଷେତକୁ ଯାଇଥିଲେ । କ୍ଷେତ ବୁଲା ବୁଲି କରି ଫେରିଲା ବେଳକୁ ତାଙ୍କ ବାଇକ୍‌ ରଖିଥିବା ସ୍ଥାନ ନଥିଲା । ପରେ ବାଇକ୍‌ ଚୋରି ହୋଇଥିବା ନେଇ ଜୟପାଟଣା ଥାନାରେ ଅଭିଯୋଗ କରିଛନ୍ତି ସୁନିଲ ।

Leave A Reply

Your email address will not be published.