୨୦୦ ଟଙ୍କା ଦିଅ ଲେବର କାର୍ଡ ନିଅ : ଗୁଦେରପାଲି ଅଞ୍ଚଳରେ ଦଲାଲ୍ ସକ୍ରିୟ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳର ବିଭିନ୍ନ ଗାଁମାନଙ୍କରେ ଲେବର କାର୍ଡ କରାଇ ଦେବା ପାଇଁ ୨୦୦-୩୦୦ ଟଙ୍କା ଦେଲା ପରେ ହିତାଧିକାରୀଙ୍କୁ ଦଲାଲ୍‌ମାନେ ଲେବର କାର୍ଡ ହସ୍ତାନ୍ତର କରୁଥିବା ନେଇ ହିତାଧିକାରୀମାନେ ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ରଙ୍କ ପାଖରେ ଅଭିଯୋଗ କରିଛନ୍ତି । ବରଗଡ ଶ୍ରମ ବିଭାଗର କେଉଁ କର୍ମଚାରୀ ଗୁଦେରପାଲି ଗାଁର କେଉଁ ଦଲାଲ୍ ହାତରେ ଏ ଅଞ୍ଚଳର ହିତାଧିକାରୀଙ୍କ ନାମରେ ହୋଇଥିବା ଲେବର କାର୍ଡ ଦେଇଛନ୍ତି ଏବଂ ସେହି ଦଲାଲ୍ ହିତାଧିକାରୀଙ୍କ ପାଖରୁ ଲେବର କାର୍ଡ ପ୍ରତି ୨୦୦-୩୦୦ ଟଙ୍କା ଅସୁଲି କରୁଛନ୍ତି, ତାହାର ତଦନ୍ତ ହେଉ ଏବଂ ଏଥିରେ ସମ୍ପୃକ୍ତ ଥିବା ଦଲାଲ୍ ଏବଂ ଶ୍ରମ କାର୍ଯ୍ୟାଳୟର ଅସାଧୁ କର୍ମଚାରୀଙ୍କ ଉପରେ ବରଗଡ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି । ଏଥିରେ ଗୁଦେରପାଲି ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

error: Content is protected !!