ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ୭ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ ହୋଇଛି । ଖଲ୍ଲିକୋଟ ଅଞ୍ଚଳର ସାମାଜିକ କର୍ମୀ ବାସୁଦେବ ରାଉତ ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି । ଅଭିଯୋଗରେ କୁହାଯାଇଛି, ଯେ, ବିଇଡି ସାର୍ଟିଫିକେଟ ଯାଞ୍ଚ ସହିତ ୧୦ମ, +୨, +୩ରେ ତୃତୀୟ ଶ୍ରେଣୀରେ ହୋଏଥିଲେ ମଧ୍ୟ ବିଇଡିରେ ନାମ ଲେଖାଇବା ନେଇ ସନ୍ଦେହ ସୃଷ୍ଟି କରିଛି । ମାର୍କ ଟେମ୍ପେରିଙ୍ଗ ହୋଇଥିବାର ସନ୍ଦେହ ସୃଷ୍ଟି ହୋଇଛି । ଚର୍ଚ୍ଚାର ବିଷୟ ହେଉଛି ଯେ, ଗୋଟିଏ ସ୍କୁଲର ୭ଜଣ ଶିକ୍ଷକ । ପୂର୍ବରୁ ଖଲ୍ଲିକୋଟ ଅଞ୍ଚଳର ଜାଲ ସାର୍ଟିଫିକେଟ ଘଟଣାରେ ୧୦ରୁ ଅଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଧରାପଡି ଥାନାରେ ମାମଲା ରୁଜ୍ଜୁ ହୋଇଛି । ଖଲ୍ଲିକୋଟ ଅଞ୍ଚଳରେ ତଦନ୍ତ ମନ୍ଥର ଗତିରେ ଚାଲିଛି । ଖଲ୍ଲିକୋଟ ଅଞ୍ଚଳର ସମାସେବୀ ବାସୁଦେବ ରାଉତ ଖଲ୍ଲିକୋଟ ବ୍ଲକର ଜାଲ ସାର୍ଟିଫିକେଟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ, ରାଜ୍ୟ ପ୍ରକଳ୍ପ ସଂଯୋଜକ, ଓପେପା, କ୍ରାଇମବ୍ରାଞ୍ଚ, ଏସପି ଭିଜିଲାନ୍ସ, ଏସପି ଗଞ୍ଜାମ, ଜିଲ୍ଲାପାଳ ଗଞ୍ଜାମ, ଡିଇଓ ଓ ଡିପିସି ଗଞ୍ଜାମଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । ପୁଲିସ ଓ ପ୍ରଶାସନ ଜାଲ ସାର୍ଟିଫିକେଟ କେଉଁଠୁ ଆସୁଛି, ଏହି ରାକେଟ ପଛରେ କେଉଁ ମାନେ ଅଛନ୍ତି ତଦନ୍ତ କଲେ ଜାଲ ସାର୍ଟିଫିକେଟ କାରବାର ଗୁମର ଖୋଲିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।