ବିଜେବି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚାଉଳ ଚୋରି ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଜେବି ନୋଡାଲ ଉଚ୍ଚ ବିଦ୍ୟାଳୟ ଘନିପୂର(ଘୋରଡିଆ)ରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ନେଇ ବିଦ୍ୟାଳୟ ପକ୍ଷରୁ ଡେଲାଙ୍ଗ ହାଟ ଫାଣ୍ଡିରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଗୁରୁବାର ରାତିରେ କିଛି ଅସାମାଜିକ ବ୍ୟକ୍ତି ବିଦ୍ୟାଳୟରେ ପ୍ରବେଶ କରି ଭଣ୍ଡାର ଘର ଓ ସିଡି ଘର ତାଲା କାଟି ସେଠାରେ ଥିବା ମଧ୍ୟାହ୍ନ ଭୋଜନ ପାଇଁ ଚାଉଳକୁ ଚୋରୀ କରି ନେଇଛନ୍ତି । ଏହା ପୂର୍ବରୁ ତିନିଥର ଚୋରି ହୋଇଥିଲା, ମାତ୍ର ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଚୋରି ସାମଗ୍ରୀ ପୁନଃଉଦ୍ଧାର ହୋଇପାରିନି କି ଏ ଦିଗରେ ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ, ଯାହା ଦ୍ଵାରା ଚୋରମାନେ ବାରମ୍ବାର ଚୋରି କରିବାକୁ ସାହସ କରୁଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏନେଇ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷୟତ୍ରୀ ମଂଜୁଷା କୁମାରୀ ଦେଇ ଡେଲାଙ୍ଗ ହାଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.