centurian jitm

ମୃତ୍ତିକା ସଂରକ୍ଷଣ ବିଭାଗର ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ

nschool
  • ଚାଷୀଙ୍କୁ ଅଭିନବ ଉପାୟରେ ଠକେଇ ଚାଲିଥିବା ଅଭିଯୋଗ
  • ମୋ ପୋଖରୀ ଖନନ ପାଇଁ ଆସୁଥିବା ଟଙ୍କା ମୁତାବକ କାମ ହେଉନଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ସହ ଜଳ ସଂରକ୍ଷଣ ପାଇଁ ସରକାର ଜଳ ବିଭାଜିକା ଯୋଜନାରେ କୃଷି କ୍ଷେତ୍ରରେ ପୋଖରୀ ଖନନ କରୁଛନ୍ତି । ଏଥିପାଇଁ ସରକାର ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି । ହେଲେ ମତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଓ ବେଲପଡା ବ୍ଲକରେ ବିଭିନ୍ନ ପଞ୍ଚାୟତଗୁଡିକରେ ଚାଷୀଙ୍କୁ ମୋ ପୋଖରୀ ଯୋଜନାରେ ପୋଖରୀ ଖୋଳିବା ପାଇଁ ହେଲେ ଚାଷୀ ଜଣଙ୍କ କିଛି ଲାଭ ପାଉନ ଥିବା ବେଳେ କେତେ ଟଙ୍କା ବ୍ୟୟରେ ଏହି ପୋଖରୀ ଷକାଳା ଯାଉଛି ତାହା ମଧ୍ୟ ଜାଣିପାରୁନାହିଁ । ମୃତ୍ତିକା ସଂରକ୍ଷଣ ବିଭାଗର ଫିଲ୍ଡ କର୍ମଚାରୀ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମିଳିମିଶି କିଭଳି ସରକାରଙ୍କୁ ଚୁନା ଲଗାଇଛନ୍ତି ସେ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଆଉ ଏବେ ବେଲପଡା ଓ ଖପ୍ରାଖୋଲ ବ୍ଲକରେ ସେହି ମହାଦୁର୍ନୀତିର ତାଲିକା ଲମ୍ବିବାରେ ଲାଗିଛି ବୋଲି ମତ ପ୍ରକାଶ ପାଉଛି। ବ୍ଲକର ବିଭିନ୍ନ ପଞ୍ଚାୟତରୁ ସମାନ ଅଭିଯୋଗ ମିଳିବାରେ ଲାଗିଛି । କେଉଁଠି ହିତାଧିକାରୀଙ୍କ ଅଜାଣତରେ କାମ ହେଉଛି ତ କେଉଁଠି ସରକାରୀ ଜାଗାରେ ପୋଖରୀ ଖୋଳା ହୋଇଛି । ଏପରି କି ଠିକାଦାର ମେସିନ ଦ୍ୱାରା ପୋଖରର ଖୋଳିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ଭିଜିଲାନ୍ସ ଦ୍ୱାରା ଏହାର ତଦନ୍ତ କରାଗଲେ ସବୁ ଦୁର୍ନୀତି ପଦାକୁ ଆସିବ ବୋଲି ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.