୩ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ ଅଭିଯୋଗ

ଭୁବନେଶ୍ବର, (କେପିଏନ୍‌ଏସ୍‌) : ଇସ୍ପାତ ସହର ରାଉରକେଲାରେ କଳା ପଲସରରେ ଆସି ଦୁର୍ବୃତ୍ତମାନେ ତିନି ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗାନ୍ଧୀ ରୋଡ଼ର ବ୍ୟବସାୟୀ ଅମିତ ଗୁପ୍ତା ସିଭିଲ ଟାଉନ ସିପି ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ତିନି ଲକ୍ଷ ୬୦ ହଜାର ଟଙ୍କା ଉଠାଇଥିଲେ । ଟଙ୍କାକୁ ବାଇକ ଡିକିରେ ରଖୁଥିବା ବେଳେ କଳା ପଲସରରେ ଦୁଇ ଲୁଟେରା ଆସି ଅମିତଙ୍କୁ ଗୋଇଠା ମାରି ଟଙ୍କା ଲୁଟି ନେଇଥିଲେ । ଖବର ପାଇ ରଘୁନାଥପଲ୍ଲୀ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.