ଲଖମରା ସରପଞ୍ଚଙ୍କ ବିରୁଦ୍ଧରେ ଗର୍ଜ୍ଜିଲେ ଗ୍ରାମବାସୀ : ଅର୍ଥ ଆତ୍ମସାତ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଲଖମରା ସରପଞ୍ଚ ବ୍ୟାପକ ମାତ୍ରାରେ ଅର୍ଥ ହେରଫେର କରିଥିବା ଅଭିଯୋଗ କରିଛନ୍ତି ମହୁଲପାଲି ଗ୍ରାମବାସୀ ବୃନ୍ଦ । ମହୁଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ରୋଷେଇ ଘର ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ସରପଞ୍ଚ ଭୀଷ୍ମଦେବ ଡନସନା କାମ ନ କରି ମିଥ୍ୟା ବିଲରେ ସମସ୍ତ ଟଙ୍କା ନିଜେ ଉଠାଇ ନେଇଛନ୍ତି । ରୋଷେଇ ଘର ନିର୍ମାଣ ସଂପର୍କରେ ଗ୍ରାମସଭା ହୋଇଥିଲା । ସରପଞ୍ଚ ସଭାରେ ଉପସ୍ଥିତ ରହି ୪୦ ହଜାର ଟଙ୍କା ବିଲ୍‌ ହୋଇଛି । ତାହା ମୋ’ ପାଖରେ ଅଛି । ତାହା ମୋର ଭୁଲ ହୋଇଛି ବୋଲି ସେ ସ୍ବୀକାର କରିଥିଲେ । ଉକ୍ତ ଟଙ୍କାକୁ ବଜରଂଗବଲି ମନ୍ଦିର ନିର୍ମାଣ କରିବା କହିଥିଲେ । ଗ୍ରାମବାସୀ ଏକମତ ନ ହୋଇ ସରକାରୀ ଅର୍ଥର ଅନିୟମିତତା ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବୀ କରିଥିଲେ । ଗ୍ରାମବାସୀବୃନ୍ଦ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ପାଇକମାଲ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ବିଦ୍ୟାଳୟ ତରଫରୁ ତିଆରି ରୋଷେଇ ଘରକୁ ସରପଞ୍ଚ ଗ୍ରାମ ପଞ୍ଚାୟତର ଏସଏଫସି ପାଣ୍ଠିରୁ ତିଆରି କରାଯାଇଛି ଦର୍ଶାଇ ଅର୍ଥ ଆତ୍ମସାତ କରିଛନ୍ତି । ଏ ସଂକ୍ରାନ୍ତରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ୩୦ କି ୪୦ ହଜାର ଟଙ୍କାର ବିଲ୍‌ ହୋଇଥିବା ସ୍ବୀକାର କରିଥିଲେ । ପ୍ରକୃତ କ୍ଷେତ୍ର ପରିଦର୍ଶନ ନ କରି କେବଳ ଅଫିସରେ ବସି ବିଲ୍‌ କରୁଥିବା ଜଣାଯାଏ । ନଚେତ କାମ ନ ହୋଇ ବିଲ୍‌ କିପରି ହେଲା ବୋଲି ଗ୍ରାମବାସୀ ଯନ୍ତ୍ରୀଙ୍କ ଭୂମିକାକୁ ସନ୍ଦେହ କରୁଛନ୍ତି । ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ପରବର୍ତ୍ତି ପଦକ୍ଷେପ ପାଇଁ ପ୍ରଶାସନ ଦାୟୀ ହେବେ ବୋଲି ସଭାରେ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.