jayashree

ଦୁର୍ବୃତ୍ତମାନେ ବାଲାଟ୍‌ ପେପର ଛଡାଇ ନେଇଥିବା ଅଭିଯୋଗ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ଦଳପଡା ପଂଚାୟତର ଦଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ ନମ୍ବର ବୁଥ୍‌ର ବାଲଟ ପେପର ଦୁର୍ବୃତ୍ତମାନେ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଏହି ବୁଥ୍‌ରେ ୧୯୦ ଜଣ ଭୋଟର ଥିବା ବେଳେ ୧୪୩ ଜଣ ଭୋଟ ଦେଇସାରିଥିଲେ । ଭୋଟ ଦେବା ପାଇଁ ୫ ଜଣ ଧାଡିରେ ଥିବା ବେଳେ କିଛି ଦୁର୍ବୃତ୍ତ ହଠାତ୍‌ ବୁଥ ଭିତରକୁ ଧସେଇ ପଶି ପ୍ରିଜାଇଡିଂ ଅଫିସରଙ୍କ ଠାରୁ ବାଲଟ ପେପର ଛଡାଇ ନେଇଥିଲେ । ଖବର ପାଇ ଖଜୁରିପଡା ଥାନା ଅଧିକାରୀଙ୍କ ସମେତ ଏସଡ଼ିପିଓ ପହଂଚି ତଦନ୍ତ କରି ଏହି ଘଟଣାରେ ଦୁଇ ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି । ତେବେ ଏହି ମାମଲାରେ ପୋଲିସ କାହାରିକୁ ଗିରଫ କରିନଥିବା ସୂଚନା ରହିଛି ।

Leave A Reply

Your email address will not be published.