ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦୁପତ୍ରକୁ ସବୁଜ ସୁନା କୁହାଯାଉଥିବା ବେଳେ କେନ୍ଦୁପତ୍ରରୁ ଓଡିଶା ସରକାରଙ୍କୁ ବାର୍ଷିକ ଶହ ଶହ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଥାଏ । ସାରା ବିଶ୍ୱରେ ପାଟଣାଗଡ଼ ବନଖଣ୍ଡର ପତ୍ରର ମାନ ଅତି ଉଚ୍ଚ କୋଟିର ଅଟେ ତେଣୁ ପାଟଣାଗଡ଼ ବନଖଣ୍ଡ ସାରା ବିଶ୍ୱରେ ପରିଚିତ । କିନ୍ତୁ ବିଗତ କିଛି ବର୍ଷ ହେଲା ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ଯେଉଁ ଦିନଠାରୁ ଫରେଷ୍ଟର ମାନେ ରେଞ୍ଜର ଦାୟିତ୍ୱ ତୁଲାଉଛନ୍ତି ସେହି ଦିନଠାରୁ ଆଶାନୁରୂପ ଲାଭ ମିଳିପାରୁନାହିଁ ବୋଲି ଅଭିଯୋଗ ହେଉଛି । କାହିଁକି ଦୀର୍ଘ ଦିନଧରି ଓଡିଶା ସରକାର ପାଟଣାଗଡ଼କୁ କୌଣସି ରେଞ୍ଜର ପୋଷ୍ଟିଂ କରୁନାହାନ୍ତି ଏହାର ଜବାବ କାହାରି ପାଖରେ ନାହିଁ ବୋଲି ମତ ପ୍ରକାଶ ପାଉଛି । ପାଟଣାଗଡ଼ କେନ୍ଦୁପତ୍ର ବନଖଣ୍ଡରେ ଥିବା ୮ ଗୋଟି ରେଞ୍ଜ ମଧ୍ୟରୁ ୭ଗୋଟି ରେଞ୍ଜରେ ଫରେଷ୍ଟର ମାନେ ରେଞ୍ଜର ଦାଇତ୍ୱ ତୁଲାଉଥିବା ବେଳେ ସେଥି ମଧ୍ୟରୁ କିଛି ଫରେଷ୍ଟର ସିସିଏଫ୍ ଏବଂ ଡିଏଫ୍ଓଙ୍କୁ ହାତକରି ନିଜର ମାନମାନି ଚଳେଇଥିବା ଅଭିଯୋଗ ହେଉଛି । ଡିଭିଜନରେ କୌଣସି କାମ ଠିକ୍ ସମୟରେ ହେଉ ନଥିବାର ଅଭିଯୋଗ ମଧ୍ୟ ହୋଇଛି । ସରକାରୀ ନିୟମ ଅନୁସାରେ ପ୍ରତି ୧୮ ମାସରେ ୨ ଗୋଟି ୟୁନିଫର୍ମ ଦେବାକଥା କିନ୍ତୁ ୨୦୧୫ ମସିହା ଠାରୁ କାହାକୁ ୟୁନିଫର୍ମ ଦିଆହୋଇ ନାହିଁ । ଠିକ୍ ସମୟରେ କାହାର କାଗଜ ପତ୍ର କାର୍ଯ୍ୟ ମଧ୍ୟ ହେଉନାହିଁ ବୋଲି ଅଭିଯୋଗ ହେୁଉଛି । ଯିଏ ଏହାର ବିରୋଧ କଲେ ଉପରିସ୍ଥ ଅଧିକାରୀ ତା’ପ୍ରତି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ କେହି ଏହାର ବିରୋଧ କରୁନାହାନ୍ତି ବୋଲି ମତ ପ୍ରକାଶ ପାଉଛି । ଜଣେ ଜଣେ ଷ୍ଟାପ ଆଠ ବର୍ଷ ଧରି ଗୋଟିଏ ଜାଗାରେ କାର୍ୟ୍ୟ କରୁଛନ୍ତି କିନ୍ତୁ ସେମାନଙ୍କୁ ସେଠାରୁ ବଦଳି ନ କରି ଉଦେଶ୍ୟମୂଳକ ଭାବରେ ଅନ୍ୟ ମାନଙ୍କୁ ହଇରାଣ କରିବା ପାଇଁ ବଦଳି କରାଯାଉଅଛି ବୋଲି ଅଭିଯୋଗ ହେଉଛି । ଏ ଘଟଣାଟିକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଅଛି । ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପାଟଣାଗଡ଼ ଡିଏଫଓଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି ।