oum

ବିରୋଧୀ ଗୋଷ୍ଠୀ ବିରି ଗଦାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ

jsm

ଯାଜପୁର : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବଡ ବାଲିକୁଦା ଗ୍ରାମରେ ନିର୍ବାଚନୀ ହିଂସାକୁ ନେଇ ଗ୍ରାମର ନାରାୟଣ ବିଶ୍ଵାଳଙ୍କ ବିରି ଗଦାରେ ବିରୋଧୀ ଦଳ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ନାରାୟଣଙ୍କ ସମସ୍ତ ବିରି ଫସଲ ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଡଚଣା ବ୍ଲକ ବଡ ବାଲିକୁଦା ଗ୍ରାମରେ ଗତକାଲି ରାତିରେ କିଛି ବିରୋଧୀ ଗୋଷ୍ଠୀର ସଦସ୍ୟ ଗ୍ରାମର ନାରାୟଣ ବିଶ୍ଵାଳଙ୍କ ଘରେ ନିଆଁ ଲଗାଇବା ପାଇଁ ଆସିଥିଲେ । ଠିକ୍‌ ଏହି ସମୟରେ ନାରାୟଣଙ୍କ ସ୍ତ୍ରୀ ଉଠି ପଡିବାରୁ ଦୁର୍ବୃତ୍ତମାନେ ତାଙ୍କ ବିରି ଗଦାରେ ନିଆଁ ଲଗାଇ ଦେଇଥିଲେ । ଅଗ୍ନିକାଣ୍ଡ ଫଳରେ ନାରାୟଣଙ୍କ ଦେଢ ଏକର ଜମିରେ ହୋଇଥିବା ବିରି ଫସଲ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

Leave A Reply

Your email address will not be published.