୮ ଦିନ ହେଲା ପଞ୍ଚାୟତ କାର୍ଯ୍ୟାଳୟ ସହ ୫ଟି ମାର୍କେଟ କମ୍ପ୍ଲେକ୍ସ ଅନ୍ଧାରରେ ଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ଦୁର୍ନୀତି ଅଭିଯୋଗରେ ବିଗତ ଦିନରେ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ବଦନାମ ହୋଇ ଆସୁଛି । କେତେବେଳେ ନିମ୍ନ ମାନର ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ ତ ଆଉ କେତେବେଳେ ରାସ୍ତାକାମ, ଡ୍ରେନ କାମ ଇତ୍ୟାଦି । ବର୍ତ୍ତମାନ ବିଦ୍ୟୁତ ବିଲ୍‌ ପଇଠ କରିନ ପାରିବାରୁ ୮ ଦିନ ହେଲା ବିଦ୍ୟୁତ ବିଭାଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସହ ୫ଟି ମାର୍କେଟ କମ୍ପ୍ଲେକ୍ସର ବିଦ୍ୟୁତ୍ ସଂଯୋଗ ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି । ବିଦ୍ୟୁତ କର୍ମଚାରୀଙ୍କ କହିବା ଅନୁସାରେ ପ୍ରାୟ ଆଠ ନଅ ବର୍ଷ ହେଲା ପଞ୍ଚାୟତ ବିଭାଗ ବିଦ୍ୟୁତ ବିଲ୍‌ ପଇଠ କରୁନଥିଲେ । ଯାହାକି ବର୍ତ୍ତମାନ ୧ଲକ୍ଷ ୨୬ ହଜାର ୩୩୬ ଟଙ୍କା ବାକି ଅଛି ।

Leave A Reply

Your email address will not be published.