ବଲାଙ୍ଗିର, (କେପିଏନ୍ଏସ୍) : ସିନ୍ଦୂର ବାହାଲ ଶିବମନ୍ଦିର ପରିସରରେ କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧାଙ୍କ ତତ୍ତ୍ଵାବଧାନରେ ସର୍ବଭାରତୀୟ ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀ ସଂଘ ବଲାଙ୍ଗିର ଶାଖା ବଲାଙ୍ଗିର ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେକ୍ରେଟାରୀ ବୃଷଭ ସା, କୋଷାଧ୍ୟକ୍ଷ ରାହାସ ବିହାରୀ ଭୋଇ ଏବଂ ସଂଘର କର୍ମକର୍ତ୍ତା ବିଦେଶୀ ସାହୁ, ରମାକାନ୍ତ ପାଣିଗ୍ରାହୀ ଚମ୍ପେଶ୍ୱର ମିଶ୍ର ନୀଳମଣି ପଟେଲ, ମନୋରଞ୍ଜନ ତ୍ରିପାଠୀ, ଯଜ୍ଞକର ବାରିକ, ବିପିନ ବିହାରୀ ନେଗି ଓ ପ୍ରେମାଲାଲ ହରପାଲ୍ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ରମାକାନ୍ତ ପାଣିଗ୍ରାହୀଙ୍କ ବିଶେଷ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।