ଗାନ୍ଧୀ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଜେପି ପକ୍ଷରୁ ଆୟୋଜିତ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଓ ଚାରା ରୋପଣ କାର୍ଯ୍ୟକ୍ରମ ବେରବୋଇ ସ୍ଥିତ ଗାନ୍ଧୀ ସ୍ମାରକୀ ପୀଠ ପରିସରରେ ଅନୁଷ୍ଠିତ ହୋଇଥିଲା । ପୁରୀ ସାଂସଦ ତଥା ବିଜେପି ରଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବୀତ୍ ପାତ୍ର ଓ ସ୍ଥାନୀୟ ବିଧାୟକ ଆଶ୍ରୀତ ପଟ୍ଟନାୟକ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀପୀଠରେ ପହଂଚିଥିଲେ । ବେଇବୋଇ ଗାନ୍ଧୀ ପୀଠ ଅନାବନା ଘାସ ଓ ଲତାରେ ପରିପୂର୍ଣ୍ଣ ଦେଖି କ୍ଷୋଭ ପ୍ରକାଶ କରିବା ସହିତ ସାଂସଦ ଓ ବିଧାୟକ ପୀଠର ମୁଖ୍ୟମାର୍ଗରେ ଥିବା ଘାସ ସଫାକରିଥିଲେ ଓ ତୁରନ୍ତ ଗାନ୍ଧୀପୀଠକୁ ପରିସ୍କାର ପରିଚ୍ଛନ୍ନ କରିବା ପାଇଁ ଦଳୀୟ କର୍ମୀମାନଙ୍କୁ କହିଥିଲେ । ପରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁକୂଲ୍ୟରେ ଗାନ୍ଧୀପୀଠ ପରିସରରେ ଚାରା ରୋପଣ କରାଯାଇଥିଲା । ପରେ ଗାନ୍ଧୀ ଜୟନ୍ତୀ ଅବସରରେ ସାଂସଦ ଡ. ପାତ୍ର ଓ ବିଧାୟକ ଶ୍ରୀ ପଟ୍ଟନାୟକ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସୁତ୍ର ଓ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଗାନ୍ଧୀଜୀ ବେରବୋଇ ଠାରେ ୭ ଦିନ ରହଣି କରିବା ଓ ଅହିଂସା ସମ୍ପର୍କରେ ଶିକ୍ଷାଦେଇ ଇଂରେଜ ମାନଙ୍କ ବିରୋଧରେ ଆନ୍ଦୋଳନ ଡାକରା ଦେଇଥିବା ସମ୍ପର୍କରେ ଡ. ପାତ୍ର ଆଲୋକପାତ କରିଥିଲେ । ଏହା ସହିତ ଗାନ୍ଧୀଙ୍କ ହାତରେ ଥିବା ବାଉଁଶ ବାଡି ବୋରବୋଇ ଠାରୁ ସଂଗ୍ରହ କରି ଦିଆଯାଇଥିବା ବେଳେ ଗାନ୍ଧୀଙ୍କ ସହିତ ବାଡିଟି ସାରା ଭାରତ ବର୍ଷ ଭ୍ରମଣ କରିଥିବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ସନ୍ଧ୍ୟାବତୀ ପ୍ରଧାନ, ଆତ୍ମା କମିଟି ଅଧ୍ୟକ୍ଷ ଲଡୁକିଶୋର ରାୟ, ବରିଷ୍ଠ ନେତା ମିଟୁ ମିଶ୍ର, ସୁଂଧାଶୁ ଶେଖର ପରିଡା, ଦୀପ୍ତିରଂଜନ ସ୍ୱାଇଁ, ଅଜୟ ମଲ୍ଲିକ, ମଣ୍ଡଳ ସଭାପତି ସୁଶାନ୍ତ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ମୁଦୁଲି, ଶଶୀଭୂଷଣ ମହାନ୍ତି, ଶୁଭଲକ୍ଷ୍ମୀ ସ୍ୱାଇଁ, ଶାନ୍ତିଲତା ପାଢୀ ପ୍ରମୁଖଙ୍କ ସମେତ ବିଭିନ୍ନ ମୋର୍ଚ୍ଚା, ପଂଚାୟତ ପ୍ରମୁଖ ସହ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଦଳୀୟ କର୍ମୀ ମାନେ ଜୟନ୍ତୀରେ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ପୁସ୍ତକ ‘ବିଶ୍ୱ ମୁକ୍ତି’ର ଲୋକାର୍ପଣ କରାଯାଇଥିଲା ।

Leave A Reply

Your email address will not be published.