“ସ୍ଵଚ୍ଛତା ହିଁ ସେବା” ଅଭିଯାନରେ ଜିଲ୍ଲା ପ୍ରଶାସନ ମୟୂରଭଞ୍ଜର ଦୃଢ ପ୍ରତିଶୃତି

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅଧିନସ୍ଥ କୁଚିଳାଘାଟି ସୀତାକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ଠାରେ “ସ୍ଵଚ୍ଛତା ହିଁ ସେବା” ଅଭିଯାନର ଦିବସର ବିଷୟ ବସ୍ତୁ- ଏକ୍‌ ଦିନ୍‌,ଏକ୍‌ ଘଣ୍ଟା,ଏକ୍‌ ସାଥ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେ ତା’ଙ୍କ ବକ୍ତବ୍ୟରେ ସମସ୍ତ ସରକାରୀ ଅଧିକାରୀ, ପଂଚାୟତ କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା ଓ ଜନସାଧରଣଙ୍କୁ ସ୍ୱଚ୍ଛ, ସୁସ୍ଥ ଓ ନିରାପଦ ଗ୍ରାମ ଗଠନ ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶାନ୍ତନୁ କୁମାର ନାୟକ, ଶ୍ୟାମାଖୁଣ୍ଟା ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ମୁନା ସେଠୀ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ବିଭାଗର କର୍ମଚାରୀ ଏକତ୍ରିତ ଭାବେ ପର୍ଯ୍ୟଟନସ୍ଥଳୀଟିକୁ ସଫେଇ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସ୍ୱଚ୍ଛକର୍ମୀ, ସରକାରୀ ଅଧିକାରୀ ଓ ଜନସାଧାରଣ ସ୍ୱଚ୍ଛତାକୁ ନେଇ ଏକ ଶପଥ ପାଠ କରିଥିଲେ ।

Leave A Reply

Your email address will not be published.