ଛତ୍ରପୁର ବ୍ଲକ କଂଗ୍ରେସ ସଂଗଠନ ସୃଜନ ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ସଭାପତି ଚୟନ ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଜଣାଯାଇଛି । ଜିଲ୍ଲାରେ କଂଗ୍ରେସ ପାର୍ଟିକୁ ମଜବୁତ୍ କରିବାକୁ ଉଦ୍ୟମ କରାଯାଇ କର୍ମୀମାନଙ୍କ ସଚେତନତା ଅଭିଯାନ ସୃଷ୍ଟି କରାଯାଇଛି । ଛତ୍ରପୁର ବ୍ଲକ କଂଗ୍ରେସ ନେତା ଓ ସହକର୍ମୀମାନଙ୍କ ସହ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କଂଗ୍ରେସ ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଦ୍ଵାରା ତୃଣମୂଳସ୍ତରରେ ଥିବା ନେତୃମଣ୍ଡଳୀ ଓ କର୍ମୀଙ୍କ ଠାରୁ ମତାମତ ମାଗିଥିଲେ । ପର୍ଯ୍ୟବେକ୍ଷକମାନେ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସ ପାର୍ଟି ପକ୍ଷରୁ ଏହି ସୃଜନ ଅଭିଯାନ ଗତ ଶୁକ୍ରବାର ଦିନ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମର ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣରେ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଏଆଇସିସିର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ରାମଲାଲ ଝାଟ ଯୋଗଦେଇ ନିଜ ନିଜ କାର୍ଯ୍ୟକ୍ରମମାନ ଲିଖିତ ଭାବରେ ତନଖି କରି ତଥ୍ୟ ମାଗିଥିଲେ । ପି.ସି.ସି. ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲା ଆବାହକ ତଥା ପୂର୍ବତନ ବିଧାୟକ ଡ଼ଃ. ତ୍ରିନାଥ ବେହେରାଙ୍କ ସଭାପତିତ୍ୱରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ତଥା ଆବାହକ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପିସିସି ପ୍ରଭାରୀ ଦାୟିତ୍ୱରେ ଟୋଲେକେଶ୍ୱର ନାୟକଙ୍କୁ ନିଯୁକ୍ତି ମିଳିଛି । ପୂର୍ବତନ ବିଧାୟକ ଜାକବ୍ ପ୍ରଧାନ, ବିଜନ ନାୟକ, ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା କଂଗ୍ରେସ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, ଜିଲ୍ଲା ଯୁବ-କଂଗ୍ରେସ ସଭାପତି ବିକାଶ ନାୟକ, ଜିଲ୍ଲା କଂଗ୍ରେସ ନେତ୍ରୀ ବନଜା ପଣ୍ଡା , ପୂର୍ବତନ ସମିତିସଭ୍ୟ କୁନା ଦାସ, ପୂର୍ବତନ ସମିତିସଭ୍ୟ ରଙ୍କନିଧି ଦାସ, ଉଦୟ ପାତ୍ର, ତାରକେଶର ରେଡ୍ଡୀ, ଅଶୋକ ମହାପାତ୍ର, ଗଣପତି ସ୍ୱାଇଁ, ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରା, କ୍ରିଷ୍ଣା ରେଡ୍ଡୀ, ରାମସ୍ୱାମୀ ରେଡ୍ଡୀ, ପୂର୍ବତନ ବ୍ଲକ ସଭାପତି ଗଣପତି ବାରିକ, ରାଜୁ ବେହେରା, କୃଷକ ନେତା ବୃନ୍ଦାବନ ଖଟେଇ ଏବଂ ବିଭିନ୍ନ ପଞ୍ଚାୟତରୁ ଆସିଥିବା କଂଗ୍ରେସ ପ୍ରେମୀ ବନ୍ଧୁମାନେ ଶ୍ରମିକ ନେତା ଇଜୁ ଆମିନ୍ ଖାନ୍, ପୂର୍ବତନ ଛତ୍ରପୁର ସହରାଞ୍ଚଳ ସଭାପତି ଜଲାଲ୍ ଖାନଙ୍କ ସହ ବହୁ କଂଗ୍ରେସ କର୍ମୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.