oom

ସୂଚନା ଅଧିକାର ଅଭିଯାନର କର୍ମୀ ସମ୍ମିଳନୀ ଏବଂ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଅଭିଯାନର କର୍ମୀ ସମ୍ମିଳନୀ ଏବଂ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ପୌରୋହିତ୍ୟରେ ବିଶ୍ଵନାଥ ପାହାଡ଼ ନିକଟସ୍ଥ ଗଡଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯେଇଛି । ପୁରୀ ଜିଲ୍ଲାର ଶତାଧିକ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଅଧିକାର ଆଇନର ବ୍ୟାପକ ବ୍ୟବହାର କରି ସରକାରଙ୍କ ଜନମଙ୍ଗଳ ଯୋଜନାର ସଠିକ୍ କାର୍ଯ୍ୟକାରୀ କରିବାକୁ ସଙ୍କଳ୍ପ କରିଥିଲେ । ରାଜ୍ୟ ଆବାହକ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରି କହିଥିଲେ ଯେ, ଗଣତନ୍ତ୍ରର ବାସ୍ତବ ଜନମଙ୍ଗଳ, ଉତ୍ତରଦାୟିତ୍ୱ ଏବଂ ଦୁର୍ନୀତି ନିବାରଣ ଆଇନ୍ ହେଉଛି ଆର୍‌ଟିଆଇ । ଦୀର୍ଘ ୨୦ ବର୍ଷ ଧରି ଏହି ଆଇନର କାର୍ଯ୍ୟକାରିତା ଉପରେ ଓସା ଯେଉଁ ଜନ ସଚେତନତା ଏବଂ ବହୁଳ ବ୍ୟବହାର ଦିଗରେ ପ୍ରଚେଷ୍ଟା କରିଆସୁଛନ୍ତି, ତାହା ରାଜ୍ୟର ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଆଣିପାରିଛି । ଜିଲ୍ଲା ସୂଚନା ଅଧିକାର ଅଭିଯାନର ସମ୍ପାଦକ ଦିବାକର ନାୟକ ଏହି ଆଇନକୁ ଆହୁରି କ୍ରିୟାଶୀଳ କରାଯିବାକୁ ବୈଠକରେ ଗୁରୁତ୍ୱ ଆରୋପ କରିଥିଲେ । କାର୍ଯ୍ୟକ୍ରମର ଆୟୋଜକ ଭାବରେ ଡେଲାଙ୍ଗ ବ୍ଲକ୍ ଆବାହକ ବିକାଶ ରାୟ ଏବଂ ଯୁଗ୍ମ ଆବାହକ ତୁଷାର ରଞ୍ଜନ ବଳିୟାର ସିଂ ଏବଂ ଅନ୍ୟ କର୍ମୀମାନେ ସଫଳତାର ସହ ସମ୍ପାଦନା କରିଥିଲେ । ଜିଲ୍ଲାର ସକ୍ରିୟ ଆର୍‌ଟିଆଇ କର୍ମୀ ସୁଶିଲ କୁମାର ସାହୁ, ସୁଦର୍ଶନ ସ୍ୱାଇଁ, ସୁଦର୍ଶନ ମିଶ୍ର, ସୌମେନ୍ଦ୍ର ଦାଶ,କିଶାନ ପଟ୍ଟନାୟକ ଏବଂ ମାନବ ଅଧିକାର କର୍ମୀ ଅଖଣ୍ଡଙ୍କ ସମେତ ଷାଠିଏରୁ ଅଧିକ କର୍ମୀ ପୁରୀ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ଯୋଜନାର ସ୍ୱଚ୍ଛତା ରକ୍ଷା ତଥା ଶୂନ୍ୟ ଦୂର୍ନୀତି ଦିଗରେ ସଙ୍କଳ୍ପ ନେଇଥିଲେ । ଜିଲ୍ଲା ସୂଚନା ଅଧିକାର ଅଭିଯାନର ସମ୍ପାଦକ ଶ୍ରୀ ନାୟକ ଶହ ଶହ ଆର୍‌ଟିଆଇ କର୍ମୀ ସୃଷ୍ଟି ପାଇଁ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବା ନିମନ୍ତେ ଖସଡ଼ା ପ୍ରସ୍ତୁତ କରିଥିଲେ । ଏହି ସମାବେଶରେ ବିଶେଷ ଭାବରେ ଜିଲ୍ଲା ତଥା ବ୍ଲକ୍ ପ୍ରସାଶନିକ ଅଧିକାରୀ ମାନଙ୍କର ସରକାରୀ ଯୋଜନାର କାର୍ଯ୍ୟକାରିତା ଦିଗରେ ବେପାରୁଆ ଏବଂ ଠକାମୀ ମନୋଭାବର ଦୃଢ ବିରୋଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

jittmm
Leave A Reply

Your email address will not be published.