ପାଇକମାଲ ବ୍ଲକ ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ଅନ୍ତର୍ଗତ ଜାତୀୟ ସାକ୍ଷରତା ଦିବସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ସହ ସ୍ଲୋଗାନ ଦେଇ ମୁଖ୍ୟ ସହର ପରିକ୍ରମା କରିଥିଲେ । ପାଇକମାଲ ହାଇ ସ୍କୁଲ, ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ, ବାଳକ ପ୍ରାଥମିକ ବିଦ୍ୟାଳୟର ୩୨୫ ଜଣ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଏହାକୁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ସଦସ୍ୟ ମଧୁସ୍ମିତା ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିଇଓ ଚୁଡ଼ାମଣି ବାରିକ, ଏବିଇଓ ରାଧେଶ୍ୟାମ ମେହେର ଓ ଧଳେନ୍ଦ୍ର ବାରିକ, ଦ୍ଵାଦଶ କୁମାର ପ୍ରଧାନ, ସେବକ ସେଠ୍, ତ୍ରିଲୋଚନ ନାୟକ, ଅମିତ ସାହୁ ପ୍ରମୁଖ ଶୋଭାଯାତ୍ରାରେ ଯୋଗଦାନ କରିଥିଲେ । ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.