jayashree

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏଥିରେ ଡ. ଅମିତ କୁମାର ବେହେରା, ଡ. ପ୍ରତ୍ୟୁଷ କୁମାର ସେନାପତି, ଡ. ବାସନ୍ତୀ ମଞ୍ଜରୀ ପାତ୍ର, ବିପିଏମ୍‌ ଡ. ମହେନ୍ଦ୍ର ପ୍ରଧାନ, ଶ୍ରୀମତୀ ଅନିତା ନାୟକ, ଅମୀର ସାହାଣୀଙ୍କ ସମେତ ବନବାସୀ ସେବା ସମିତିର କର୍ମକର୍ତ୍ତା, ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଓ ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନଙ୍କ ଉପସ୍ଥିତରେ ‘ସୁସ୍ଥ ପରିବେଶ ସଭିଙ୍କର ଦାୟିତ୍ୱ’, ‘ସୁସ୍ଥ ପରିବେଶ ସୁସ୍ଥ ସମାଜ ଗଠନ କରିବା’ ଭଳି ବିଭିନ୍ନ ସ୍ଲୋଗାନ ମାନ ଦେଇ ଏକ ଶୋଭାଯାତ୍ରା ସମଗ୍ର ସହର ପରିକ୍ରମା କରିବା ସହ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଏହି ଭଳି ଜନହିତକର କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା ମିଳିଥିଲା ।

Leave A Reply

Your email address will not be published.