ଯୁଗଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ “ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ : ଏକକ ସମ୍ପର୍କ ଅଭିଯାନ”

  • ଗଞ୍ଜାମ ଜିଲ୍ଲା ଲେଖକ ସାମୁକ୍ଷ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଯୁଗଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ ନିଜ ଉଦ୍ୟମରେ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଏହାର ତେଇଶି ତମ ଦିବସରେ ବ୍ରହ୍ମପୁର ଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗଞ୍ଜାମ ଜିଲ୍ଲା ଲେଖକ ସାମୁକ୍ଷର ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିବା ପରେ ଏକକ ଅଭିଯାତ୍ରୀ ହେମନ୍ତ ସାହୁ ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସାମୁକ୍ଷର ସମ୍ପାଦକ ନିଜ ଅନୁଷ୍ଠାନର ଗୌରବମୟ ଇତିହାସ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେବା ସହ ଏ ଯାତ୍ରା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ଯୁଗଯାତ୍ରୀ ସାହିତ୍ୟ ସଂସଦ ତିରିଶ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନକୁ ସମ୍ପର୍କ ଅଭିଯାନ କରୁଥିବା କହିଥିଲେ । ଯୁଗଯାତ୍ରୀର ଏ ପ୍ରଚେଷ୍ଟା ଅନ୍ୟ ସାହିତ୍ୟ ଅନୁଷ୍ଠାନମାନଙ୍କ ପାଇଁ ତଥା ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ମତ ଦେଇଥିଲେ । ପରେ ଏହି ଅନୁଷ୍ଠାନର ସମସ୍ତ ତଥ୍ୟ ଲିଖିତ ଆକାରରେ ଶ୍ରୀ ସାହୁଙ୍କୁ ସମ୍ପାଦକ ପ୍ରଦାନ କରିବା ସହିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅଭିଯାନରେ ଓଡ଼ିଶାର ତିରିଶ ଗୋଟି ଜିଲ୍ଲାରେ ଥିବା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାରସ୍ଵତ ସମ୍ପର୍କର ଏକ ସୂତ୍ରରେ ବାନ୍ଧିବାର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକର ତଥ୍ୟ ସଂଗ୍ରହ ପୂର୍ବକ ” ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ” ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା କହିଥିଲେ ଏକକ ଅଭିଯାତ୍ରୀ ଯୁଗ ଯାତ୍ରୀର ସମ୍ପାଦକ ହେମନ୍ତ ସାହୁ । ଏହି ଅଭିଯାନ ମ.ରାମପୁରରୁ ବାହାରି ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲାକୁ ଯିବା ପରେ କଳାହାଣ୍ଡିରେ ମାର୍ଚ୍ଚ ମାସ ୧୮ ତାରିଖରେ ଶେଷ ହେବାର ଯୋଜନା ରହିଛି । ଏହି ଅଭିଯାନଟି ସମ୍ପାଦକ ନିଜ ଉଦ୍ୟମରେ କରିଥିବା ଜଣାପଡିଛି ।

Leave A Reply

Your email address will not be published.