ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ସମ୍ପର୍କିତ ପ୍ରତିଯୋଗିତା ଅନୁଷ୍ଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନେ ବିଜ୍ଞାନ ଓ ଗଣିତ ସମ୍ବନ୍ଧିତ କୁଇଜ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ କୃତି ଛାତ୍ରଛାତ୍ରୀମାନେ ପୁରସ୍କୃତ ହୋଇଥିଲେ । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜୟପାଟଣା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ମୋହନ ଯୋଶୀ ଅଧ୍ୟକ୍ଷତା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥଲେ । ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ନିଷ୍ଠାପର ଉଦ୍ୟମ ଭବିଷ୍ୟତ ଗଠନ ପାଇଁ ପ୍ରେରଣା ସାଜିବ ବୋଲି ପ୍ରକାଶ କରିଥଲେ । ପ୍ରଧାନ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ, ସୁରଥ ରଞ୍ଜନ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ଅଶ୍ରଫ ଅଲ୍ଲୀ, ସିଆର୍ସିସି ଦେବାଶିଷ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ସିଆର୍ସିସି ସିଦ୍ଧାର୍ଥ ମିଶ୍ର ମଞ୍ଚ ପରିଚାଳନା କରିଥଲେ । କନିଷ୍ଠ ବିଭାଗରେ ଦିବ୍ୟାଂଶି ବେହେରା, ସୁଭଲଗ୍ନା ରାଉତ, ଖେମରାଜ୍ ନାଗ ପ୍ରମୁଖ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ଆଦିତ୍ୟ ମହାରଣା, ସାଞ୍ଚି ଅଗ୍ରୱାଲ ଓ ଚିନ୍ମୟ ମାଝୀ ଯଥାକ୍ରମେ ପୁରସ୍କୃତ ହୋଇଥିଲେ ।
Next Post